ନାଟୋ ସମୂହ ଦେଶ ରୁଷିଆକୁ ଡରୁଛନ୍ତି କି: ୟୁକ୍ରେନ୍ ରାଷ୍ଟ୍ରପତି

Spread the love

କିଭ୍‌, ୨୨/ ୦୩ (ସନ୍ଧାନ ନିଉଜ): ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମୀର ଜେଲେନ୍‌ସ୍କି ରୁଷିଆ ସହିତ ଜାରି ଥିବା ଯୁଦ୍ଧକୁ ନେଇ ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ ଅର୍ଥାତ ନାଟୋକୁ ନେଇ ବଡ଼ କଥା କହିଛନ୍ତି । ରାଷ୍ଟ୍ରପତି ଜେଲେନ୍‌ସ୍କି ୟୁକ୍ରେନ୍ ପବ୍ଲିକ ବ୍ରୋଡକାଷ୍ଟର ସସ୍ପିଲନେକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ନାଟୋକୁ କହିବା ଦରକାର ଯେ, ତାଙ୍କୁ ଆମେ ସ୍ୱୀକାର କରୁଛୁ । ଅଥବା ପୁଣି ଖୋଲାଖୋଲି ଭାବେ କୁହନ୍ତୁ ଯେ, ଆମେ ସ୍ୱୀକାର କରୁ ନାହିଁ । କାରଣ ସେମାନେ (ନାଟୋ ସମୂହ ଦେଶ) ରୁଷିଆକୁ ଡରୁଛନ୍ତି । କେଉଁଟା ଠିକ୍‌?

ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦମୀର ଜେଲେନ୍‌ସ୍କି ଆଗକୁ କହିଛନ୍ତି ଯେ, ଯୁଦ୍ଧର ଆରମ୍ଭ ଦିନରେ ମୋତେ ସେମାନଙ୍କ ଠାରୁ ରାଜଧାନୀ କିଭ୍ ଛାଡ଼ିବାକୁ ପ୍ରତି ୧୦ରୁ ୨୦ ମିନିଟରେ ନୂଆ କଲ ଆସୁଥିଲା । ସେ କହିଛନ୍ତି ପ୍ରତ୍ୟେକ ଜୋର ଦେଇ କହୁଥିଲେ ଯେ, ମୋତେ କିଭ୍ ଛାଡ଼ିଦେବା ଉଚିତ । ଦିନକ ପୂର୍ବରୁ ଜେଲେନ୍‌ସ୍କି କହିଥିଲେ ଯେ, ସେ ପୁତିନ ସହିତ ଆଲୋଚନା ପାଇଁ ପ୍ରସ୍ତୁତ । କିନ୍ତୁ ଆଲୋଚନା ବିଫଳ ହେଲେ ତୃତୀୟ ଯୁଦ୍ଧ ସୁନିଶ୍ଚିତ ।ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଙ୍ଗଳବାର ୨୭ ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ଅନେକ ପର୍ଯ୍ୟାୟରେ ଉବୟ ଦେଶ ମଧ୍ୟରେ କଥାବାର୍ତ୍ତା ହୋଇଛି । ବିଦେଶୀ ରାଷ୍ଟ୍ର ଯୁଦ୍ଧ ଶେଷ କରିବାକୁ ରୁଷିଆ ଉପରେ ଚାପ ପକାଇଛନ୍ତି । ରୁଷିଆ ଉପରେ ଅନେକ ପ୍ରକାରର କଟକଣା ମଧ୍ୟ ଲାଗିଛି । କିନ୍ତୁ ରୁଷିଆ ନିଜ ଜିଦ୍‌ରେ ଅଟଳ ରହି ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି ।

Related Posts

About The Author

Add Comment