ଚଣ୍ଡିଖୋଲ, ୩/୧/୨୦ (ସନ୍ଧାନ ନିଉଜ) :- ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ନାଗରିକ ସଂଶୋଧନ ବିଲ କୁ ଓଡ଼ିଶା ଦଳିତ ଅଧିକାର ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇଛି । ଏହି ଉପଲକ୍ଷେ ଗତ ୨୯ ତାରିଖ ଦିନ ଓଡ଼ିଶା ଦଳିତ ଅଧିକାର ମଞ୍ଚ ପକ୍ଷରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଷୋଳେଇ ଗ୍ରାମରେ ଯାଜପୁର ଜିଲା ସଭାପତି ରାଜେଶ ଜେନାଙ୍କ ସଭାପତିତତ୍ୱରେ ଅନୁଷ୍ଠିତ ହୋଇଯାିଛି । ଏଡି ସଭାରେ ଜିଲାର ୭ଗୋଟି ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟାରେ ଦଳିତ, ଆଦିବାସୀ, ସଂଖ୍ୟାଲଘୁ, ଯୁବକ, ଛାକ୍ର, ମହିଳା ବର୍ଗର ଜନସାଧାରଣ ଯୋଗ ଦେଇ ଏହି ଆଇନକୁ କାର୍ଯ୍ୟକାରୀ ନକରାଇବା ପାଇଁ ଦୃଢ ପ୍ରତିବାଦ କରିଥିଲେ । ଏହି ଆଇନ କାର୍ଯ୍ୟକାରୀ ହେଲେ ସବୁ ବର୍ଗର ଜନସାଧାରଣ ଅସୁବିଧାର ସମ୍ମୁଖିନ ହେବେ । ଏହି ସଭାରେ ଓଡ଼ିଶା ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି ମାନସ ଜେନା, ରାଜ୍ୟ ସଂଯୋଜକ ପ୍ରଶାନ୍ତ ମଲିକ, ଅଧ୍ୟାପକ ରମେଶ ବେହେରା, ଚନ୍ଦ୍ରାଇ ହାଂସଦା, ଶ୍ରମିକ ନେତା ରମେଶ ଜେନା, ଧର୍ମଶାଳା ବ୍ଲକ ସଭାପତି ଗୌରାଙ୍ଗ ମଲିକ, ପ୍ରଶାନ୍ତ ମଲିକ, ପ୍ରମୋଦ ମଲିକ, କୃଷ୍ଣ ସେଠୀ, ରୀତା ମଲିକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ଏହି ଜନମାରଣ ନିତୀକୁ ଦୃଢ ନିନ୍ଦା କରିଥିଲେ । ଏହି ନୀତି ଦ୍ୱାରା ବିଶେଷ କରି ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ବିଶେଷ ପ୍ରଭାବିତ ହେବେ । ଭାରତ ବର୍ଷ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଯେଉଁଠି ସବୁ ଧର୍ମ ଓ ଜାତିର ଲୋକ ବସବାସ କରନ୍ତି । କିନ୍ତୁ ଏହି ଆଇନ ଦ୍ୱାରା ଦେଶର ଜନ ସାଧାରଣଙ୍କ ଉପରେ ବହୁ ପ୍ରଭାବ ପଡ଼ିବ । ଏହାକୁ ଦଳଗତ ନିର୍ବିଶେଷରେ ସମସ୍ତ ବର୍ଗର ଲୋକେ ବିରୋଧ କରିବା ଦରକାର ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଶେଷରେ ବ୍ଲକ ସଭାପତି ଗୌରାଙ୍ଗ ମଲିକ ଧନ୍ୟବାଦ ଦେଇଥିଲେ ।
ନାଗରିକ ସଂଶୋଧନ ଆଇନକୁ ଓଡ଼ିଶା ଦଳିତ ଅଧିକାର ମଞ୍ଚର ପକ୍ଷରୁ ପ୍ରତିବାଦ
|
January 3, 2020 |



