ନାଗରିକତା ଆଇନ୍ ର ବିରୁଦ୍ଧରେ ଦିଲ୍ଲୀରେ ଉଗ୍ର ପ୍ରଦର୍ଶନ : ୩ ବସରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ, ସୁଖଦେବ ବିହାର ଏବଂ ଆଶ୍ରମ ମେଟ୍ରୋ ଷ୍ଟେସନ ବନ୍ଦ

Spread the love

ନୂଆ ଦିଲ୍ଲୀ ୧୬ /୧୨ (ସନ୍ଧାନ ନିଉଜ) ନାଗରିକତା ଆଇନ୍ ବିରୁଦ୍ଧରେ ଦିଲ୍ଲୀରେ ହିଂସା, ଉଗ୍ର ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନକାରୀ। ୩ଟି ବସରେ ନିଆଁ ଲଗାଇଦେଇଛନ୍ତି। ସୁଖଦେବ ବିହାର ଏବଂ ଆଶ୍ରମ ମେଟ୍ରୋ ଷ୍ଟେସନ ବନ୍ଦ କରାଯାଇଛି। ଦିଲ୍ଲୀ ଟ୍ରାଫିକ ପୋଲିସ ଟ୍ଵିଟ କରି ସୂଚନା ଦେଇଛି। ପ୍ରଦର୍ଶନ କାରଣରୁ ଓଖଲା ଅଣ୍ଡରପାସରୁ ସରିତା ବିହାର ପର୍ଯ୍ୟନ୍ତ ରାସ୍ତାକୁ ବନ୍ଦ କରାଯାଇଛି।

ନାଗରିକତା ସଂଶୋଧନ ଆଇନ୍ ୨୦୧୯ (Citizenship Amendment Act ୨୦୧୯) କୁ ନେଇକରି ଦେଶର ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ ହେଉଛି। ଦେଶର ରାଜଧାନୀ ଦିଲ୍ଲୀ ଜାମିୟାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଛି। ରବିବାର ସଂଧ୍ୟାରେ ନାଗରିକତା ଆଇନ୍ ବିରୁଦ୍ଧରେ ପ୍ରଦର୍ଶନ ବହୁତ ଉଗ୍ର ହୋଇଛି। ପ୍ରଦର୍ଶନକାରୀମାନେ ତିନୋଟି ବସରେ ନିଆଁ ଲଗାଇ ଦେଇଛନ୍ତି। ପ୍ରଦର୍ଶନକୁ ରୋକିବା ପାଇଁ ପୋଲିସ ପାଣି, ଆଶୁ ଗ୍ୟାସ ବ୍ୟବହାର କରୁଛି।

Related Posts

About The Author

Add Comment