ନାଗପୁର ପୁଲିସ ମହିଳାମାନଙ୍କ ପାଇଁ ଆରମ୍ଭକଲା ନିଶ୍ଳୁକ ବାହନ ସେବା

Spread the love

ମହାରାଷ୍ଟ୍ର, ୫/୧୨ (ସନ୍ଧାନ ନିଉଜ) : ନାଗପୁର ପୁଲିସ ଏକ ନିଶ୍ଳୁକ ବାହନ ସେବା ବୁଧବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ଯେଉଁ ମହିଳାମାନେ ଘରକୁ ଫେରି ନ ପାରି ସହରର ବିଭିନ୍ନ ସ୍ଥାନରେ ଏକୁଟିଆ ରହିଯାଇଥିବେ ସେମାନଙ୍କୁ ସୁରକ୍ଷିତ ଓ ନିରାପଦ ଭାବେ ଘରେ ଛାଡି ଦିଆଯିବ। ନାଗପୁର ସିଟି ପୁଲିସ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ଏଥିପାଇଁ ପୁଲିସ ପକ୍ଷରୁ ୩ଟି ନମ୍ବର ୧୦୦ , ୧୦୯୧ କିମ୍ବା ୦୭୧୨୨୫୧୧୦୩ ଜାରି କରାଯାଇଛି। ଏହି ନମ୍ବରକୁ ଫୋନ କରି ପୁଲିସ କଣ୍ଟ୍ରୋଲରୁମକୁ ଜଣାଇଲେ ଗାଡ଼ି ଯାଗାଇ ଦିଆଯିବ। ନଚେତ ପିସିଆର ଗାଡ଼ି ଦ୍ବାରା ମହିଳାମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରେ ଛାଡି ଦିଆଯିବ।

Related Posts

About The Author

Add Comment