ଚଣ୍ଡିଖୋଲ, ୨୫/୦୪ (ସନ୍ଧାନ ନିଉଜ) : ବିଶ୍ୱରେ ମହାମାରୀ କରୋନା ପାଇଁ ସଚ୍ତେନତା ଓ ଲକଡାଉନ ନିୟମ ଉଲଂଘନ କାରୀ ମାନଙ୍କ ପାଇଁ ପୋଲିସ ର ଭୁମିକା ଗୁରୁତ୍ୱପୁର୍ଣ୍ଣ । କିନ୍ତୁ ଏଭଳି ପରିସ୍ଥିତିରେ ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ ନକରି ଡ୍ୟୁଟି ସମୟରେ ପରିବାର ସହ ଶୀ୍ର ମନ୍ଦିର ଦର୍ଶନରେ ଯାଇଥିଲେ । ବହୁଚର୍ଚ୍ଚିତ ନିଲମ୍ବିତ ବଡ଼ଚଣା ଥାନା ଅଧିକାରୀ ଦିପକ ଜେନା ସ୍ଥାନୀୟ ପ୍ରେସ କ୍ଲବକୁ ଗତକାଲି ଲିଖିତ ଭାବେ ତାଙ୍କର ସ୍ପଷ୍ଟିକରଣ ଦେଇଛନ୍ତି । ଥାନା ଅଧିକାରୀ ଏକ ଟ୍ୱିଟ ଯୋଗେ କହିଛନ୍ତି ଯେ, ବିବାଦୀୟ ଗାଡ଼ିଟି ନା ଚୋରୀ ହୋଇଛି, ନାଁ ସିଜ ହୋଇଛି । ଏହି ସମୟେରେ ଏକ ବିବାଦୀୟ ସ୍କର୍ପିଓ ଗାଡ଼ି ନଂ-ଓଆର୦୫ ଏଫ୦୫୦୦ ରେ କମଲା ବତୀ ବ୍ୟବହାର କରିଥିଲେ । ପୁରୀ ସିଂହଦ୍ୱାର ଥାନା ଓ ବଡ଼ଚଣା ଥାନାରେ ପୃଥକ ପୃଥକ ଭାବେ ତାଙ୍କ ନାମରେ ମାମଲା ରୁଜୁ ହେବା ସହ ତାଙ୍କୁ ନିଲମ୍ବନ କରାଯାଇଥିଲା । ବ୍ୟବହୃତ ସ୍କର୍ପିଓ ଗାଡ଼ିଟି କଟକ ସ୍ଥିତ ଗତିରାଉତ ପାଟଣା ସୁକାନ୍ତ ଦଳାଇଙ୍କ ର ବୋଲି ଜଣାପଡ଼ିଥିଲା । ସଂପୃକ୍ତ ଠିକାଦର ସୁକାନ୍ତ ଚଣ୍ଡିଖୋଲ ଗା୍ରମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ଚଣ୍ଡିଖୋଲ ଠାରୁ ଖଣତାପଶି ପର୍ଯ୍ୟନ୍ତ ରାସ୍ତା ପାଇଁ ଟେଣ୍ଡର ପାଇଥିଲେ । ଏହି ରାସ୍ତା କାର୍ଯ୍ୟରେ ସହଭାଗିତା ଥିବା ଅନ୍ୟଜଣେ ଠିକ୍ାଦାର କାର୍ଯ୍ୟ କରୁଥିଲେ ଓ ତାଙ୍କର ଅପାରଗତା କାରଣରୁ ସେହି ରାସ୍ତାର ପୁର୍ଣ୍ଣାଙ୍ଗ ନହୋଇ ଅବଶିଷ୍ଟ କାର୍ଯ୍ୟ କିଛି ଦିନ ବଳବତର ରହିଥିଲା । ଅବଶିଷ୍ଠ କାର୍ଯ୍ୟକୁ ସୁକାନ୍ତ ବିଭାଗୀୟ ଅଧିକାରୀଙ୍କ ନିଦେ୍ର୍ଦଶ ମୁତାବକ ଆରମ୍ଭ କରିଥିଲେ । କାର୍ଯ୍ୟ କରିବା ସମୟରେ ଧର୍ମଶାଳା ଅଂଚଳର ଶରତଚନ୍ଦ୍ର ନାୟକଙ୍କ ଠାରୁ ବକେୟା ଭାବେ ସିମେଣ୍ଟ ଓ ଚିପ୍ସ ଆଦି ଆଣ୍୍୍୍ିଥିଲେ । କାର୍ଯ୍ୟ ସଂପୁର୍ଣ୍ଣ ହୋଇ ଏହାର ବକେୟା ଅର୍ଥ ସୁକାନ୍ତ ପାଇବା ପରେ ଶରତଙ୍କୁ ପଛ ବକେୟା ଅର୍ଥ ଦେଇନଥିଲେ । ମାର୍ଚ୍ଚ ମାସ ୨୦ ତାରିଖ ଦିନ ସୁକାନ୍ତ ଓ ଶରତ ଚଣ୍ଡିଖୋଲର କିଛି ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ନିଶାପ ହୋଇଥିଲା । ସୁକାନ୍ତ ସମସ୍ତ ବକେୟା ଅର୍ଥ ଦେବା ପାଇଁ ଭଦ୍ର ବ୍ୟ୍କ୍ତିଙ୍କ ଉପସ୍ଥିତିରେ ସହମତି ପ୍ରକାଶ ପାଇଥିଲା । ଏଥିପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ଚୁକ୍ତିନାମା କରାଯାଇଥିଲା । ସଂପୂର୍ଣର୍ ଅର୍ଥ ପଇଠ ନକଲା ପର୍ଯ୍ୟନ୍ତ ତାଙ୍କ ସ୍କର୍ପିଓ ଗାଡ଼ିଟି ଶରତଙ୍କ ନିକଟରେ ରହିବ ବୋଲି ନିଷ୍ପତି ହୋଇଥିଲା । ନିଷ୍ପତି ପରେ ସୁକାନ୍ତ ସେଠାରୁ ଯାଇ ବଡ଼ଚଣା ଥାନାରେ ଏକ ଅଭିଯୋଗ କରିଥିଲେ । ତାଙ୍କ ଗାଡ଼ିକୁ ଚଣ୍ଡିଖୋଲରେ କିିଛି ଲୋକ ଛଡ଼ାଇ ନେଇଯାଇଛନ୍ତି । ଏହା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗାଡ଼ି ଆଣି ଥାନାକୁ ଆସିବାକୁ କହିଥିଲେ । ଥାନା ଅଧିକାରୀଙ୍କ ନିକଟରେ ପୁର୍ନବାର ଉଭୟ ପକ୍ଷ ଏକ ଚୁକ୍ତିନାମା କରିଥିଲେ ବୋଲି ନିଲମ୍ବିତ ଥାନା ଅଧିକାରୀ ଶୀ୍ର ଜେନା ସୁଚନା ଦେଇଛନ୍ତି । ସଂପୃକ୍ତି ଗାଡ଼ିଟି ଚୋରୀ ହୋଇନଥିଲା କିମ୍ବା ସିଜ ହୋଇନଥିଲା । ଏହି ସଂପର୍କିତ ସମସ୍ତ ଦସ୍ତାବିତ ରହିଅଛି । ବକେୟା ଅର୍ଥ ଦେବା ପରେ ଥାନାରୁ ଗାଡ଼ି ନେଇ ଯାଇପାରିବେ ବୋଲି ସୁକାନ୍ତକୁ କହିବା ସହ ଗାଡ଼ିଟିକୁ ଥାନାରେ ରଖିଥିଲେ ବୋଲି ସେ କହିଛନ୍ତି ।
ନାଁ ଚୋରି, ନାଁ ସିଜ୍: ଗାଡି ସମ୍ପର୍କରେ ଜଣାଇଲେ ନିଲମ୍ବିତ ବଡ଼ଚଣା ଥାନା ଅଧିକାରୀ ଦିପକ ଜେନା
|
April 25, 2020 |