ନର୍ସ ନୀହାରିକା ହତ୍ୟାକାଣ୍ଡ : ତଣ୍ଟିଚିପି ହତ୍ୟା କରିଥିବା କଥା ସ୍ବୀକାର କଲା ପ୍ରେମିକ ରାଜା

Spread the love

କଟକ,  ୨୧/୯ (ସନ୍ଧାନ ନିୟୁଜ) :  ବହୁଚର୍ଚ୍ଚିତ ନର୍ସ ନୀହାରିକା ପାତ୍ର ହତ୍ୟା ଘଟଣାରେ ପୁଲିସକୁ ମିଳିଛି ସଫଳତା।  ପୁଲିସ ମହାନିର୍ଦେଶକଙ୍କ ସୂଚନା ଅନୁଯାୟୀ, ନିଜ ପ୍ରେମିକା ନୀହାରିକାକୁ ତଣ୍ଟିଚିପି ହତ୍ୟା କରିଛି ପ୍ରେମିକ ରାଜା। ନିଜ ସାଙ୍ଗର କଟକସ୍ଥିତ ଭଡ଼ା ଘରେ ସେ ନୀହାରିକାକୁ ହତ୍ୟା କରିଥିବା ସ୍ବୀକାର କରିଛି ।  ପୁଲିସ ନିକଟରେ ଜେରା ବେଳେ ସେ ଏକଥା ସ୍ବୀକାର କରିଛି। ମିଳିଥିବା ସୂଚନା ଅନୁସାରେ, ନୀହାରିକାଙ୍କୁ ନର୍ସିହୋମରୁ ସାଙ୍ଗରେ ଆଣିବା ପରେ ଦୁହିଁଙ୍କ ଭିତରେ କୌଣସି କାରଣରୁ ବଚସା ହୋଇଥିଲା, ଯାହା ଫଳରେ ରାଜା ଉତକ୍ଷିପ୍ତ ହୋଇ ନୀହାରିକାଙ୍କ ତଣ୍ଟିଚିପି ଦେଇଥିବା ସ୍ବୀକାର କରିଛି।

ପୁଲିସ ମହାନିର୍ଦେଶକଙ୍କ ସୂଚନା ଅନୁଯାୟୀ, ନର୍ସ ନୀହାରିକାର ପ୍ରେମିକ ରାଜା ଓରଫ କିଶୋର ଆଞ୍ଚଲ ହିଁ ହତ୍ୟାକାରୀ । କଟକର ଚାଉଳିଆଗଞ୍ଜର ଅପାଣିଆ ଅଂଚଳରେ ଏକ ଭଡ଼ାଘରେ ନୀହାରିକାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।  ହତ୍ୟାପରେ ରାଜା ଏକ ମୋଟର ସାଇକେଲରେ  ଅଖାରେ ନୀହାରିକାଙ୍କ ଶବକୁ ପୂରାଇ ନେଇ ଯାଇ ବିଲୁଆଖାଇ  ନଦୀ ପଠାରେ ଫିଙ୍ଗିଥିବା ଜଣାଯାଇଛି। ନୀହାରିକାଙ୍କ ଶବକୁ ଅଖାରେ ପୂରାଇ ନେବା ବେଳେ ପାଖରେ ଥିବା ଏକ ସିସିଟିଭିରେ ଏହା ରେକର୍ଡ ହୋଇଛି।

Related Posts

About The Author

Add Comment