ଚାନ୍ଦବାଲି ୨୫/୧୧ (ସନ୍ଧାନ ନିୟୁଜ) ଝାଟି ମାଟି ଚାଳ ଛପର ଘର ଉପରେ ପଡ଼ିଛି ପଲଥିନ ପାଲ , ଦିନେ ନୁହେଁ କି ବର୍ଷେ ଏମିତି ଚାଳ ଛପର ଘରଟି ଛପର ହୋଇ ନପାରି ୫ ବର୍ଷ ବର୍ଷ ହେବ ପଲଥିନ ଘରେ ରହିଛନ୍ତି ଏହି ଅସହାୟ ପରିବାର । ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖିବାକୁ ମିଳିବ ଏହି ଚାଳ ଛପର ଘରେ । ଘରଟିକୁ ଦେଖିଲେ ଯେ କୈଣସି ବ୍ୟକ୍ତିର ହୃଦୟ ବ୍ୟଥିତ ହୋଇପଡ଼ିବ ହେଲେ ଏଭଳି ଯୋଗ୍ୟ ହିତାଧିକାରୀଙ୍କୁ କାହିଁକ ସରକାରଙ୍କ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ ତାହା ଏବେ ସମସ୍ତଙ୍କୁ ଚକିତ ଲାଗିପାରେ ହେଲେ ଘଟଣାଟି ସତ । ଏପଟେ ବର୍ଷା ଦିନ ଆସିଲେ ସେହି ପରିବାର ଉପରେ ଦୁଃଖର ଦିନ ମାଡ଼ି ଆସେ । ବର୍ଷା ଦିନରେ ଅଧିକାଂଶ ଦିନରେ ଘରେ ଜଳେନି ଚୁଲି , ଯାହା ପକ୍ଷେ ପରିବାରକୁ ଭଲରେ ଆହାର ଗଣ୍ଡାଏ ଦେବା ପାଇଁ ସମର୍ଥ ନାହିଁ ତାହା ପକ୍ଷେ ଆବାସ ଟିଏ କରିବା ଦିବା ସ୍ୱପ୍ନ । ଏମିତି ଏହି ଭଙ୍ଗା ଚାଳ ଛପର ଘରେ ଦିର୍ଘ ୫ ବର୍ଷ ହେବ ନିଜର ପରିବାର ସହ ରହିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ନରେନ୍ଦ୍ରପୁର ପଂଚାୟତର ନାୟକ ସାହିର ଅକ୍ଷୟ ପଣ୍ଡା ଓ ତାଙ୍କର ପରିବାର । ଅନ୍ୟପଟେ ଅକ୍ଷୟ ପଣ୍ଡା ସେହି ସ୍ୱଳ୍ପ ଆୟରେ ୨ ଟି ପିଲାଙ୍କୁ ପୁଣି ଉଚ୍ଚ ଶିକ୍ଷା ଦେଉଛନ୍ତି । ଅକ୍ଷୟ ପଣ୍ଡା ଓ ତାଙ୍କର ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ପୁଅ ଓ ଝିଅ ଏବଂ ବୃଦ୍ଧା ମା । ଭଦ୍ରକର ଏକ ମନ୍ଦିରରୁ ପୂଜା ପାଠ କରି ଯାହା ରୋଜବାର ହୁଏ ସେଥିରେ ଛାରି ପ୍ରାଣୀ କୁଟୁମ୍ଭ ତାଙ୍କ ହାତରେ ବନ୍ଦା, ଏପଟେ ଜମି ଜମା ନଥିବାରୁ କେବଳ ଏକମାତ୍ର ପୁରହିତ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି ଅକ୍ଷୟ ପଣ୍ଡା । ଘର ଡି଼ହ କହିଲେ ନରେନ୍ଦ୍ରପୁର ପଞ୍ଚାୟତର ନାୟକ ସାହିରେ ୬ ଡ଼ିସମିଲ ଘରଡ଼ିହରେ ଭଙ୍ଗା ଚାଳ ଛପର ଘର , ସେଥିରି ପୁଣି ଅନ୍ୟ ୨ ଭାଇଙ୍କର ଭାଗ ରହିଛି , ହେହି ସ୍ୱଳ୍ପ ଆୟରୁ ୨ଟି ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବାରେ କମ କରି ନାହାନ୍ତି ଅକ୍ଷୟ ପଣ୍ଡା । ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଅକ୍ଷୟ ପଣ୍ଡା ବ୍ଲକ ପ୍ରଶାସନ ଠାରୁ ଆରମ୍ଭକରି ସ୍ଥାନୀୟ ରାଜନେତାଙ୍କୁ ଗୁହାରି କରି ନୟାନ୍ତ ହୋଇ ଥକି ପଡ଼ିଛନ୍ତି । ଅକ୍ଷୟ ପଣ୍ଡାଙ୍କ ପାଇଁ ଘରେ ଖଣ୍ଡେ ଅତ୍ୟନ୍ତ ଆବଶ୍ୟକ ଥିବାବେଳେ ୨ ପିଲାଙ୍କୁ ପାଠ ପଢ଼ାଇବା ତାଙ୍କ ପାଇଁ ବୋଝ ଉପରେ ନଳିତି ବିଡ଼ା ପରି ଲଦା ହୋଇଛି । ସରକାରୀ ସାହର୍ଯ୍ୟ କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ୨୦ କିଲ ଚାଉଳ । ଏପରି ସ୍ଥିତରେ ନିଜପାଇଁ ନିଜସ୍ୱ ଆୟରେ ଆବାସଟିଏ ତିଆରୀ କରିବା ସମ୍ଭବ ନୁହେଁ । ଏଠାରେ ପ୍ରଶ୍ନ ଉଠୁଛି ଆବାସ ଯୋଜନା କାହାପାଇଁ ? । ଯଦି ବାସ୍ତବ ପକ୍ଷେ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଆବସ ଟିଏ ପାଇଁ ତଳ ସ୍ଥରରରୁ ଜିଳ୍ଲା ପ୍ରଶାସନ ନିକଟକୁ ଦୈଡ଼ି ଦୈଡ଼ି ନୟାନ୍ତ ହେଉଛି ତେବେ ଯୋଗ୍ୟ ବଦଳରେ ଅଯୋଗ୍ୟ ହତାଧିକାରୀଙ୍କୁ ଆବାସ ଯୋଜନରେ କିଏ ଘର ଯୋଗାଇ ଦେଉଛି । ଯଦି ସରକାର ମାଳ ମାଳ ଯୋଜନା ପ୍ରସ୍ତୁତି କରି ବାଃ ବାଃ ନେଉଛନ୍ତି ହେଲେ ସେହି ଯୋଜନା ସଠିକ ଭାବେ ଲୋକଙ୍କ ପାଖରେ ପହଁଚୁଛି କି ନାହିଁ ତାହାର ତଦନ୍ତ କାହିଁକି କରାଯାଉନାହିଁ । ଏଥିପାଇଁ ଦାୟୀ କିଏ ଜନପ୍ରତିନିଧି ନା ପ୍ରଶାସନ । ଏ ସଂପର୍କରେ ତିହିଡ଼ି ବ୍ଳକର ଭାରପ୍ରାପ୍ତ ବିଡ଼ିଓ ଦିପକ କୁମାର ରାଉତଙ୍କ ସହ ଯୋଗଯୋଗ କରିବାରୁ ସେ କହିଥିଲେ ଗଣ ମାଧ୍ୟମ ନିକଟରୁ ଖବର ମିଳିବା ପରେ ପଂଚାୟତ ଅଧିକାରୀଙ୍କ ମାଧ୍ୟମରେ ତଦନ୍ତ କରାଯାଇ ଖୁବ କମ ଦିମ ମଧ୍ୟରେ ଅବେଦନକାରୀ ଅକ୍ଷୟ ପଣ୍ଡାଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ।