ନମସ୍କାର, କିନ୍ତୁ ହାତ ମିଳାଇବି ନାହିଁ : ପାକିସ୍ତାନୀ ଅଧିକାରୀଙ୍କୁ ଏପରି ଅପଦସ୍ତ କଲେ ଭାରତୀୟ ଅଧିକାରୀ

Spread the love

ଦ ହେଗ୍‌,  ୧୮/୦୨ (ସନ୍ଧାନ ନିଉଜ : ଭାରତ ଓ ପକିସ୍ତାନ ମଧ୍ୟରେ ତୀକ୍ତତା ଏବେ ବଢିଯାଇଛି । ଆଜି ନେଦରଲାଣ୍ଡର ଦ ହେଗଠାରେ ଅନୁଷ୍ଠିତ କୁଳଭୂଷଣ ଯାଦବ ମାମଲାର ଶୁଣାଣି ବେଳେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ସହ ହାତ ମିଳାଇବାକୁ ମନା କରିଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଦିପକ ମିତ୍ତଲ । ଏହାକୁ ନେଇ ଅନ୍ତର୍ଜାତୀୟ ନ୍ୟାୟାଳୟରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଆଜି ଯାଦବ ମାମଲାର ଶୁଣାଣି ବେଳେ ପାକିସ୍ତାନର ଏଜି ଅନଓ୍ଵର ମନସୁର ଖାଁ ଭାରତର ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଦିପକ ମିତ୍ତଲଙ୍କ ସହ ହାତ ମିଳାଇବାକୁ ହାତ ବଢାଇଥିବାବେଳେ ମିତ୍ତଲ ହାତ ମିଳାଇବାକୁ ମନା କରିବା ସହ କେବଳ ନମସ୍କାର କରି ଦେଇଥିଲେ । ଏହା ଦ୍ୱାରା ପାକିସ୍ତାନୀ ଅଧିକାରୀଜଣକ ଅପମାନିତ ହୋଇଥିବା ମନେକରାଯାଇଥିଲା ।

ସୂଚନାଯୋଗ୍ୟ ଯେ ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ଆଜି ଅନ୍ତର୍ଜାତୀୟ ନ୍ୟାୟାଳୟରେ ଶୁଣାଣି ଆରମ୍ଭ ହୋଇଛି । ଭାରତ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଏହି ମାମଲା ଲଢୁଛନ୍ତି । ଏହି ମାମଲାରେ ନିଜର ଯୁକ୍ତି ରଖି ସାଲଭେ କହିଛନ୍ତି ଯେ କୁଳଭୂଷଣଙ୍କୁ କନସୁଲାର ଆକସେସ ବା ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ଭେଟିବାକୁ ଦିଆଯାଉନଥିବାରୁ ତାଙ୍କର ଗିରଫଦାରିକୁ ବେଆଇନ ଘୋଷଣା କରାଯାଉ । ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ମାନବ ଅଧିକାରର ହନନ, କାରଣ ତାଙ୍କୁ ନିଜର ପକ୍ଷ ରଖିବାକୁ କୌଣସି ସୁଯୋଗ ଦିଆଯାଇନାହିଁ ।

 

Related Posts

About The Author

Add Comment