ଭୁବନେଶ୍ୱର , ୨୭/୧୦ (ସନ୍ଧାନ ନିଉଜ) ନଭେମ୍ବର ୧ରୁ କଲେଜ୍ ଯିବେ ଯୁକ୍ତ ତିନିର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଏବଂ ୧୫ ତାରିଖରୁ କଲେଜ୍ ଯିବେ ପିଜି ପ୍ରଥମ ଛାତ୍ରଛାତ୍ରୀ । କରୋନା କଟକଣା ମଧ୍ୟ ଦୀର୍ଘ ଦିନ ହେବ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ବର୍ତ୍ତମାନ ଏହି କଟକଣାରେ କୋହଳ କରାଯାଇଛି । ଯାହାଫଳରେ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଅନଲାଇନ୍ ପାଠ ନପଢି ଅଫଲାଇନ୍ରେ ଶ୍ରେଣୀ ଗୃହରେ ବସି ପଢିପାରିବେ । ଏନେଇ ମଧ୍ୟ ଗାଇଡ଼ଲାଇନ୍ ଜାରୀ କରାଯାଇଛି । ନୁଆ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ପଢିବେ ।
ଏନେଇ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କୁ ଉଚ୍ଛ ଶିକ୍ଷା ସଚିବ ଚିଠି ଲେଖିଛନ୍ତି । କେବଳ ଏତିକି ନୁହେଁ ଯଥା ଶିଘ୍ର ହଷ୍ଟେଲ ଖୋଲିବା ପାଇଁ ମଧ୍ୟ ଉଚ୍ଚ ଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ଦୁରତା, ହ୍ୟାଣ୍ଡ ସାନିଟାଇଜ୍ ,ମାସ୍କ ପିନ୍ଧିବା ଭଳି କରୋନା କଟକଣାକୁ ମାନି ଚଳିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଶ୍ରେଣୀ ଗୃହରେ ପଢିବା ପାଇଁ ଅଭିଭାବକଙ୍କ ଅନୁମତି ମଧ୍ୟ ନିହାତି ଆବଶ୍ୟକତା କରାଯାଇଛି ।