କଟକ, ୪/୪/୨୦ (ସନ୍ଧାନ ନିଉଜ) : କରୋନା ବିରୋଧରେ ଲଢ଼େଇ ଜୋରଦାର କରିଛନ୍ତି ରାଜ୍ୟ ସରକାର। ଆଜି କଟକ ସହର ସଟଡାଉନ୍ ଥିବା ବେଳେ ଗତକାଲି ଚିହ୍ନଟ ହୋଇଥିବା ନିଜାମୁଦ୍ଦିନ ଫେରନ୍ତା କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜୋରଦାର କରାଯାଇଛି। କଟକ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ୨୨ ଜଣଙ୍କୁ ବର୍ତ୍ତମାନଏସସିବିର କରୋନା ୱାର୍ଡରେ ଆଇସୋଲେସନରେ ରଖାଯାଇଥିବା ସୂଚନା ମିଳିଛି। ଆଜି ଏମାନଙ୍କର ସ୍ବାବ୍ ନମୁନା ପରୀକ୍ଷା କରାଯିବ
କରୋନା ସଂକ୍ରମିତ ଅଥବା ଲକ୍ଷଣ ଥିବା ରୋଗୀଙ୍କୁ ଆଉ କଟକ ବଡ଼ ଡାକ୍ତରଖାନା (ଏସ୍ସିବି)ରେ ରଖାଯିବନାହିଁ। ସେମାନଙ୍କୁ ସିଡିଏସ୍ଥିତ ଅଶ୍ବିନୀ ହସ୍ପିଟାଲରେ ପ୍ରସ୍ତୁତ ସ୍ବତନ୍ତ୍ର କରୋନା ହସ୍ପିଟାଲରେ ଚିକିତ୍ସା ପାଇଁ ରଖାଯିବ ବୋଲି ନିଷ୍ପତ୍ତି ହେବା ପରେ ଗତକାଲି ବିଳମ୍ବିତ ରାତିରେ ଏସସିବିରେ ଥିବା କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଛି।



