ନବ ନିର୍ମାଣ କୃଷକ ସଂଘଠନ ପକ୍ଷରୁ ପଂଚାୟତ ସମ୍ମୁଖର ଧାରଣା

Spread the love

ଯାଜପୁର/ଧର୍ମଶାଳା, ୧୩/୧୧ (ସନ୍ଧାନ ନିୟୁଜ) ନବ ନିର୍ମାଣ କୃଷକ ସଂଘର ଦାବିପ୍ରତି ରାଜ୍ୟ ସରକାର କର୍ଣ୍ଣପାତ ନକରିବା, ପୋଲିସ ଲାଗଇ ଜୁଲମ କରିବା ଏବଂ ଭୁବନେଶ୍ୱରରେ ସତ୍ୟାଗ୍ରହକୁ ଭଣ୍ଡୁର କରିବା ପରେ ସମସ୍ତ ପଂଚାୟତ ସମ୍ମୁଖରେ ଧାରଣ ଦିଆଯାଇଛି । ଧର୍ମଶାଳା ବ୍ଲକ ନେଉଳପୁର ପଂଚାୟତ ସମ୍ମୁଖରେ ସୟଦ ସଲାଉଦ୍ଧିନଙ୍କ ନେତୃତ୍ୱରେ ଗଣଧାରଣ ଦିଆଯାଇଥିଲା । ଏଥିରେ ପୂର୍ବତନ ସରପଂଚ ନାରାୟଣ ନାୟକ, ଶ୍ୟାମସୁନ୍ଦର ବାରିକ, ଦିଲିପ ବାରିକ, ଗୁଣ୍ଡୁଚି ଦଳାଇ, ଶ୍ୟାମସୁନ୍ଦର ସାମଲ, ଗୋପାଳ ସାହୁ, ବୃନ୍ଧାବନ ସେଠୀ, ମହମ୍ମଦ ବଦରୁଲ ହକ, ବୈରାଗୀ ବେହେରା, ବିନୋଦ ସାହୁ, ଘନଶ୍ୟାମ ସାହୁ, ସେକ୍ ଓକିଲ, ନାରାୟଣ ବେହେରା, ସାନ୍ତନୁ ବେହେରା, ନାରାୟଣ ନାୟକ, ଅର୍ଜୁନ ଜେନା, ବାଇଧର ବେହେରା ପ୍ରମୁଖ ଧାରଣ ଦେଇ ରାଜ୍ୟ ସରାକର ଅବିଚାର ପ୍ରତି ବିଭିନ୍ ସ୍ଲୋଗାନ ଦେଇ ନେତାମାନଙ୍କୁ ଗ୍ରାମକୁ ପୁରାଇଦିଆଯିବ ନାହିଁ ବୋଲି କହିଥିଲେ ।

ସେହିପରି ସୁନ୍ଦରିଆ ପଂଚାୟତ ସନ୍ତୋଷ କୁମାର ବିଶ୍ୱାଳ, କେଶବ ଚନ୍ଦ୍ର ବିଶ୍ୱାଳ, ନିତ୍ୟାନନ୍ଦ ବିଶ୍ୱାଳ, ଅଭିରାମ ସାମଲ, କାଶିନାଥ ଜେନା, ଲକ୍ଷ୍ମିଧର ସାହୁ, ନରହରି ମହରଣା, କିଶୋର ଚନ୍ଦ୍ର ଖିଲାର, ପ୍ରହଲ୍ଲାଦ ଦାସ, ରବିନ୍ଦ୍ର ଦେହୁରୀ, ନବଘନ ନାୟକ ସମ୍ତେ ବହୁଛାଷୀ ଉପସ୍ଥିତ ରହି ଧାରଣ ଦେଇ ରାଜ୍ୟପାଳଙ୍କ ଉଦେ୍ଧ୍ୟଷର ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ କରିବା ଦାବିରେ ଦାବିପତ୍ର ପ୍ରଦାନ କରିଥିଲେ ।

Related Posts

About The Author

Add Comment