ନବ ନିର୍ମାଣ କୃଷକ ସଂଗଠନର ୧୨ ଘଂଟିଆ ଓଡିଶା ବନ୍ଦ : ଆଂଶିକ ସଫଳ

Spread the love

ଯାଜପୁର, ୨୨/୨(ସନ୍ଧାନ ନିୟୁଜ/ମାନସ ରାଉତ)- ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବି ଓ ସରକାରଙ୍କ ଚାଷୀ ବିରୋଧି ନୀତି ପ୍ରତିବାଦରେ ଗୁରୁବାର ସାରା ଓଡିଶାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ଘଟିଂଆ ବନ୍ଦ ଡାକରା ଦିଆ ଯାଇଥିଲା । ଯାଜପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟ କେନ୍ଦ୍ର ତଥା ୩ଟି ଜାତୀୟ ରାଜପଥର ସଂଯୋଗସ୍ଥଳ ଚଣ୍ଡିଖୋଲ ହୋଇଥିବାରୁ ପ୍ରଶାସନ ନଜର ଏହି ଛକ ଉପରେ ରହିଥିଲା । ବନ୍ଦ ଯୋଗୁ ଚଣ୍ଡିଖୋଲ ଛକରେ ଅଧାଧିକ ବ୍ୟବସାୟୀ କେନ୍ଦ୍ର ବନ୍ଦ ରହିଥିବା ବେଳେ କେତେକ ଦୋକାନ ଖୋଲା ରହିଥିବାର ଦେଖାଯାଇଥିଲା । ବିଭିନ୍ନ ଜାତୀୟ କରଣ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ବନ୍ଦ ହୋଇଥିଲା । ସକାଳେ ସଂଗଠନର କିଛି କର୍ମକର୍ତା ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଛକଠାରେ ବସି ରହିବ ।ଫଳରେ କିଛି ସମୟ ପାଇଁ ରାଜପଥରେ ଗାଡି ଯାତାୟତ ବନ୍ଦ ରହିଥିଲା । ପରେ ପୋଲିସ ସେମାନଙ୍କୁ ଉଠାଇନେବା ଫଳରେ ଗାଡି ଯାତାୟତ ସ୍ୱଭାବିକ ହୋଇଥିଲା । କିନ୍ତୁ ଜାତୀୟ ରାଜପଥରେ ଗାଡି ଚଳାଚଳ ସେତେଟା ସ୍ୱାଭାବିକ ନଥିଲା । ବସ ଚଲାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା ବେଳେ ଧାନମଣ୍ଡଳ ଷ୍ଟେସନ ଠାରେ ଟ୍ରେନ ଚଳାଚଳ କିଛି ସମୟ ପାଇଁ ବନ୍ଦ ରହିଥିଲା । ଆନେ୍ଦାଳନାକରୀଙ୍କୁ ପୋଲିସ ଉଠାଇ ନେବା ଫଳରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ସମୁଦାୟ ୭୦ ଜଣ ଚାଷୀଙ୍କୁ ପୋଲିସ ଆଜି ଗିରଫ କରି ଚଣ୍ଡିଖୋଲ ଫାଣ୍ଡିରେ ଅଟକ ରଖି ସନ୍ଧ୍ୟାରେ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଥିବା ଜଣାପଡିଛି । ଜିଲ୍ଲା ଏସ.ପି.ଙ୍କ ନିଦେ୍ର୍ଦଶ କ୍ରମେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ବ୍ୟାପକ ପୋଲିସର ବନେ୍ଦାବସ୍ତ କରାଯାଇଥିଲା । ଚଣ୍ଡିଖୋଲ ଛକରେ କେତେକ ଚାଷୀଙ୍କୁ ପୋଲିସ ଗିରଫ କରିବା ପରେ ସ୍ଥାନୀୟ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ରାସ୍ତା ପାଖରେ ଛିଡା ହୋଇଥିବା ଦେଖି ଜୈନାକା ମହିଳା ଇନସପେକ୍ଟର ହଠାତ ବାଡେଇଚାଲ ବୋଲି କହିବାରୁ ଘଟଣା ସ୍ଥଳରେ କିଛି ସମୟ ପାଇଁ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସେଠାରେ ଉପସ୍ଥିତ ହୋଇଥିବା ଉପରିସ୍ତ ପୋଲିସ ଅଧିକାରୀ ଘଟଣାରେ ହସ୍ତକ୍ଷେପ କରିବାରୁ ପରୁସ୍ଥିତି ଶାନ୍ତ ପଡିଥିଲା । ପୋଲିସର ଏପରି ବ୍ୟବହାରକୁ ନେଇ ସାଧାରଣରେ ତୀବ୍ର ପ୍ରତିକିୟା ପ୍ରକାଶ ହୋଇଛି ।

Related Posts

About The Author

Add Comment