ଯାଜପୁର,୬/୨(ସନ୍ଧାନ ନିୟୁଜ/ମାନସ ରାଉତ) ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାଇସ ପେସ୍ଟିଜ ପେନସନ ଦାବି ନେଇ ବୁଧବାର ଭୁବନେଶ୍ୱରକୁ କୃଷକମାନେ ଯାଉଥିଲା ବେଳେ ଏକ ବଡ଼ ଧରଣର କୃଷକ ସମାବେଶ ଆୟୋଜନ ହେବାକୁ ଥିବା ବେଳେ ଚଣ୍ଡିଖୋଲ ଛକ ଅତିକ୍ରମ କରୁଥିଲା ବେଳେ ଜିଲ୍ଲାର ବିଭିନ୍ ପଂଚାୟତ ମାନଙ୍କରୁ ଆସୁଥିବା ଯାଉଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କୃଷକ ଓ ସଂଗଠନର ନେତା ଓ ଚାଷୀ ମାନଙ୍କୁ ଅଟକାଇଥିଲେ । ସକାଳେ ମାତ୍ର କିଚିସଂଖ୍ୟକ ଚାଷୀ ଓ ନେତା ମାନଙ୍କୁ ପøାଲିସ ବିଭିନ୍ ଛକ ମାନଙ୍କରେ ସମସ୍ତ ୍ାନ ବାହାନକୁ ତନଖି କରିଥିବା ଦେଖିବାକୁ ମିଳିଥିଲା । ଚାଷିମାନେ ଭୁବନେଶ୍ୱରକୁ ଯିାବକୁ ଉଦ୍ୟମମ କରୁିଥିବା ବେଳେ ପୋଲିସ କିଛି ଚାଷି ମାନଙ୍କୁ ଧରି ନିଜେ ହେପାଜତକୁ ନେଉଥିବା ବେଳେ ଆଉ କିଛି ଚାଷି ସଂଗଠିତ ହୋଇଥିଲେ । ପରେ ଚାଷିମାନେ ନାରା ଜ ହୋଇଥିଲେ ଯେ ଆମକୁ ଯଦି ଭୁବନେଶ୍ୱ ଛଡାଯିବ ନାହିଁ ତାହାଲେ ଗାଁକୁ ନେତା ପୁରାଇ ଦେବୁ ନାହିଁ । ସ୍ଳୋଗାନ ଦେଇ ଜାତୀୟ ରାଜପଥ ପରେ ବସି ରହିଥିଲେ । ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଟ୍ରାଫିକ ପଏଂଟ ନିକଟରେ ବସି ରହିବା ଫଳରେ ଉଭୟ ପଟରୁ ଗାଡି ମଟର ବନ୍ଦ ରହିଥିଲା । ପରେ ପରେ ଶହସ୍ର ସଂଖ୍ୟାରେ ଚାଷୀମାନେ ଆସି ଚଣ୍ଡିଖୋଲ ଛକରେ ଏକଜୁଟ ହୋଇ ଜାତୀୟ ରାଜପଥକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିଦେଇଥିଲେ ।
https://www.youtube.com/watch?v=n833q5ILxHc
ଘଟଣା ସ୍ଥଳରେ କିଚି ସମୟ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଉତେଜନା ଦେଖିବାକୁ ମିଳିଥିଲା । ତେବେ ବିଭିନ୍ନ ଅଂଚଳରୁ ବିଭିନ୍ନ ଗାଡ଼ି ଯୋଗେ ଚାଷୀମାନେ ଭୁବନେଶ୍ୱର ସମାବେଶ ସ୍ଥଳକୁ ଯାଉଥିଲା ବେଳେ ସକାଳ ୯ ଘଟିକାରେ ଚଣ୍ଡିଖୋଲ ଛକ ଠାରେ ପୋଲିସ୍ ସମସ୍ତ ଗାଡ଼ିକୁ ଅଟକାଇ ଥିବା ଦେଖାଯାଇଥିଲା । ଏହାର ପ୍ରତିବାଦରେ ଚଣ୍ଡିଖୋଲ ଛକ ଠାରେ ସହସ୍ରାଧିକ ଚାଷୀ ରାସ୍ତା ଅବରୋଧ କରି ହାତରେ ଲଙ୍ଗଳ ଧରି ଧାରଣାରେ ବସିଥିଲେ । ଚାଷୀମାନଙ୍କର ଏହି ଧାରଣା ସ୍ଥଳରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗ ଦେଇ ପୋଲିସର ଏହି ଦମନ କାର୍ଯ୍ୟକୁ ତୀବ୍ର ସମାଲୋଚନା କରି ଦାବି ପୂରଣ ନହେବା ଯାଏଁ ଏହି ଆନେ୍ଦାଳନ ଚାଲୁ ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହିତ ରାଜ୍ୟ ସରକାର କାଳିଆ ଯୋଜନା କରି ଚାଷୀଙ୍କୁ ଭଣ୍ଡାଇବା କାର୍ଯ୍ୟ ଆସନ୍ତା ନିର୍ବାଚନରେ ତାହାର ଫଳ ମିଳିବ ବୋଲି ପ୍ରକାଶ କରିଥିଲେ । ପୂର୍ବତରନ ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଯାଉଥିଲା ବେଳେ ଆନେ୍ଦାଳନ ସ୍ଥଳରେ କିଛି ସମୟ ରହି ସଂଗଠନର ନେତା ଅକ୍ଷୟ କୁମାରଙ୍କ ସହିତ କିଛିକ୍ଷଣ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ସାଂସଦ ଯୋଗଦେବା କ୍ଷଣି ଚାଷୀଙ୍କ ମନରେ ଆନନ୍ଦ ହୋଇଥିଲେ । ଏହି ସମୟରେ ଉପସ୍ଥିତ ବହୁ ସଂଖ୍ୟକ ପୋଲିସ୍ ଓ ଧାରଣା ରତ ଚାଷୀଙ୍କ ପାଇଁ ଚଣ୍ଡିଖୋଲ ଛକ ଜାମ୍ ହୋଇଯାଇଥିଲା । ପରେ ପୋଲିସ୍ ଧାରଣା ସ୍ଥଳରୁ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ ଓ ଜିଲ୍ଲା ସଂଯୋଜକ ଦୂର୍ଗା ପ୍ରସାଦ ଦାଶଙ୍କ ସମେତ ଶତାଧିକ ଚାଷୀଙ୍କୁ ଗିର‘୍ କରି ନେଇଥିଲା । ତେବେ ଆଜି ସକାଳେ ୯ଘଟିକାରେ ବାଲିଚନ୍ଦ୍ରପୁର ଥାନା ଅଂଚଳରୁ ପୋଲିସ୍ ବ୍ଲକ୍ ସଂଯୋଜକ ଅଶୋକ ଶାନ୍ତିଙ୍କୁ ମ୍ମ ଗିର‘ କରିଥିଲା । ଆଜିର ଏହି ୬ ଘଂଟିଆ ରାସ୍ତା ଅବରୋଧ ସମୟରେ ଶହ ଶହ ସଂଖ୍ୟାର ଯାନବାହନ ଚଣ୍ଡିଖୋଲର ବିଭିନ୍ନ ଜାତୀୟ ରାଜପଥରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା ।