ନବ ନିର୍ମାଣ କୃଷକ ପଦଯାତ୍ରା ବାଟ ଓଗାଳୁଛି ପୋଲିସ, ରାତିରେ ରାଜପଥରେ ଉପରେ ମହିଳା ଏବଂ ପୁରୁଷ, ଦାବି ହାସଲ ନହେବା ଯାଏ ଆନ୍ଦୋଳନ ଚାଲିବ: ସଂଘ

Spread the love

ଯାଜପୁର,୨୯/୧୦(ସନ୍ଧାନ ନିୟୁଜ/ଏମ ରାଉତ)-କୁଆଖିଆ ଠାରୁ ଭୁବନେଶ୍ୱର ଅଭିମୁଖେ ନବ ନିର୍ମାଣ କୃଷକ ସଂଗଠନର ପଦଯାତ୍ରା ଆଜି ଅଅରମ୍ଭ ହୋଇଛି । ଏହି ଆନ୍ଦୋଳନ ନେଉଳପୁର ଠାରେ ପଂହଚିବା ପରେ ବହୁ ନେତୃମଣ୍ଡଳୀ ଚାଷୀ ସତ୍ୟାଗ୍ରାହୀ ମାନଙ୍କ ଉଦବୋଧନ ଦେଇ ଦାବି ହାସଲ ନହେବା ପ୍ରର୍ଯ୍ୟନ୍ତ ଆନେ୍ଦାଳନ ଚାଲିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି । ଆଜି ନେଉଳପୁର ଠାରେ ନବରଙ୍ଗପୁର ବିଧାୟକ ପ୍ରଦୀପ ମାଝି, ରାଷ୍୍ୟୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଯୋଜକ ନିମାଇଁ ରାୟ, ଜିଲ୍ଲା ସଂଯୋଜକ ଦୃର୍ଗା ଦାସ , କଂଗ୍ରେସ ପିସିସି ସଭାପତି ନିରଂଜନ ପଟନାୟକ, କଂଗ୍ରେସ ଯୁବନେତା ଅଜୟ କୁମାର ଜେନା, ବିଜେପି ନେତା ଅମର ନାୟକ ସମେତ ବହୁ ନେତା ଚାଷୀ ମାନଙ୍କୁ ଉଦବୋଧନ ଦେଇ ହକ୍ ପାଇଁ ଲଢ଼େଇ ଜାରି ରଖିବାକୁ ଆହ୍ୱାନ ଦେବା ସହିତ ରାଜପଥରେ ବସିରହିଥିଲେ । ଏପରି ଆନେ୍ଦାଳନ ରାଜ୍ୟରେ ପ୍ରଥମ କରି ହୋଇଥିବା ବେଳେ ବହୁ ଜନସାଧରଣ ଏବଂ ରାଜନୌତିକ ଲୋକ ସ୍ୱତପୁର୍ତ ଭାବେ ସମର୍ଥନ ଦେବାରେ ଲାଗିଛନ୍ତି । ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଅଧିକ ମାତ୍ରାରେ ଲୋକ ଭୁବନେଶ୍ୱରକୁ ନଛାଡିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଗତକାଲି ବାରବାଟି ଠାରେ ସଂଗଠିତ ହୋଇଥିବା କୃଷକମାନଙ୍କ ଖାଦ୍ୟ ବ୍ୟବସ୍ଥା ପାଇଁ ଥିବା ବିଭିନନ୍ ସରଂଜାମ ଓ ଜାଳେଣୀ କାଠକୁ ପୋଲିସ ଉଠାଇ ନେଇଥିଲା । ସୋମବାର ସଂଗଠନର ହଜାର ହଜାର ସଂଖ୍ୟାରେ କୃଷକ ପହଂଚିବା ପରେ ନେଇଥିବା ସରଂଜାମକୁ ବାଧ୍ୟ ହୋଇ ପୋଲିସ ଫେରାଇ ଥିବାର ଖବର ମିଳିଛି । ମଧ୍ୟାହ୍ନରେ ପ୍ରସାଦ ସେବନ ବ୍ୟବସ୍ଥା ହେଲା ପରେ ତାଙ୍କ ଯାତ୍ରା ଆରମ୍ଭ କରି ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଠାରେ ରାତ୍ରିଯାପନ କରିଛନ୍ତି ।

https://www.youtube.com/watch?v=ULSg6RIy0ug

ଆସନ୍ତା କାଲି ପ୍ରତ୍ୟୁଷରୁ ପଦଯାତ୍ରୀ ଦଳ ବାହାରି ବଡଚଣା ଠାରେ ମଧ୍ୟହ୍ନ ଭୋଜନ କରିବା ସହ ଛତିଆ ନିକଟରେ ରାତ୍ରି ଯାପନ କରିବାର ସୂଚନା ମିଳିଛି । ହଜାର ହଜାର ସଂଖ୍ୟାରେ ଆସୁଥିବା କୃଷକ ମେଳିକୁ ଦେଖି ବଡଚଣା ଥାନା ପକ୍ଷରୁ ବ୍ୟାପକ ପୋଲିସ ବନେ୍ଦାବସ୍ତ କରିବା ସହ ସେମାନଙ୍କୁ ଅଟକାଇବାପାଇଁ ଯୋଜନା କରୁଥିବା ଖବର ମିଳିଛି । ଚଣ୍ଡିଖୋଲ ଛକ ଠାରେ ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ତତ୍ୱବଧାନରେ ପୋଲିସ ପକ୍ଷରୁ ପଂଇତରା ମାରିବା ସହ ସେମାନଙ୍କ ଉପରେ ତିକ୍ଷ୍ଣ ନଜର ରଖାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଦୁଇଦିନ ଧରି ପୋଲିସ ବାହିନୀ ସଜାଗ ରହିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

See live logon our facebook page and web site sandhan live TV

Related Posts

About The Author

Add Comment