ନବ ଦିନାତ୍ମକ ସୁରଭି ମହାଯଜ୍ଞ ଉତ୍ସବ,ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ

Spread the love

ରସୁଲପୁର,୧୪ /୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ସୀମାବର୍ତ୍ତି ଅଂଚଳରେ ଅନୁଷ୍ଠିତ ନବ ଦିନାତ୍ମକ ସୁରଭି ମହାଯଜ୍ଞ ଉତ୍ସବର ୩ୟ ଦିବସରେ ହିନ୍ଦୁଧର୍ମରେ ଗୋ ସଂପଦର ମହାତ୍ମ୍ୟ ଉପରେ ପରିବେଶିତ ପ୍ରବଚନ ଶ୍ରଦ୍ଧାଳୁମାନଙ୍କର ମନକୁ ଛୁଇଁ ପାରିଛି । ଶ୍ରୀ ଜଗନ୍ନାଥ ଜ୍ୟୋତି ନିକେତନ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଯଜ୍ଞ ଉତ୍ସବରେ ଦିନକୁ ଦିନ ଯଜ୍ଞ ଉତ୍ସବ ସ୍ଥଳରେ ଶ୍ରଦ୍ଧାଳୁଙ୍କ ଭିଡ ବଢିବାରେ ଲାଗିଛି । ସୁରଭି ପାରମ୍ପାରିକ ରୀତି ନୀତି ଅନୁସାରେ ଯଜ୍ଞକାର୍ଯ୍ୟ ସମ୍ପନ୍ନ ହେଉଛି । ପ୍ରାତଃହ ସମୟରେ ଯଜ୍ଞ ମଣ୍ଡପରୁ ପଣ୍ଡିତମାନଙ୍କର ମନ୍ତ୍ର ଉଚ୍ଚାରଣ ସମଗ୍ର ପରିବେଶକୁ ପବିତ୍ର କରୁଛି । ଯଜ୍ଞ ମଣ୍ଡପକୁ ଦିନ ସାରା ଭକ୍ତମାନଙ୍କର ସୁଅ ଛୁଟିବାରେ ଲାଗୁଛି । ପ୍ରଭୂ ସୁରଭି ଠାକୁରଙ୍କ ନିକଟରେ ସକାଳ ଧୂପ ଓ ସଂଧ୍ୟା ଆରତି ସମୟରେ ମହିଳା ଭକ୍ତମାନଙ୍କର ବିଶେଷ ସମାଗମ ହେଉଛି । ସଂଧାରେ ମୁନି ଋଷି, ସାଧୁସନ୍ଥମାନଙ୍କ ଦ୍ୱାରା ପ୍ରଦତ୍ତ ପ୍ରବଚନ ବରିଷ୍ଠ ନାଗରିକଙ୍କୁ ଯଜ୍ଞସ୍ଥଳରେ ବାନ୍ଧି ରଖୁଛି । ଏଇ ସଂଧ୍ୟାରେ ପୁରୀ ସ୍ଥିତ ଭାଗବତ ଆଶ୍ରମର ମଠାଧିଶ ବ୍ରଜସୁନ୍ଦର ଦାଶ, କ୍ରିୟା ଯୋଗଗୁରୁ ବିଜ୍ଞାନାନନ୍ଦ ଜୀଙ୍କ ଦ୍ୱାରା ଗୋ ମାତାଙ୍କ ମହିମା ଓ ପୂଜା ଉପଚାର ଉପରେ ପ୍ରବଚନ ପ୍ରଦାନ କରିଥିଲେ । ଏଥି ସହ ଧର୍ମ ସଂସ୍କୃତି ଉପରେ ଆଧାରିତ ନାନା ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଝାଲପଡା, ନୀଳକଣ୍ଠପୁର, କାକୁଡିକୁଦ ଗ୍ରାମର ମୁରବୀ, ଜନ ପ୍ରତିନିଧିଗଣ ଯଜ୍ଞ କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା ପ୍ରଦାନ କରୁଛନ୍ତି ।

Report- J Rout

Related Posts

About The Author

Add Comment