ନବୀନ ସରକାର ଚାହୁନାହାନ୍ତି ଓଡିଶାର ଲୋକେ ବଡ ବଡ ମେଡିକାଲରେ ଚିକିତ୍ସା ପାଆନ୍ତୁ: କେନ୍ଦ୍ର ଶକ୍ତି ମନ୍ତ୍ରୀ, କୋରେଇ ବିଜେପି ପକ୍ଷରୁ ବିଜୟ ସକଳ୍ପ ଶୋଭାଯାତ୍ରା

Spread the love

ଯାଜପୁର, ୨୬/୩ (ସନ୍ଧାନ ନିୟୁଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ କୋରେଇ ନିର୍ବାଚନ ମଣ୍ଡଳୀର ୯ଗୋଟି ପଂଚାୟତର ମଧୁବନ ହେଙ୍ଗୁଳା ପଡିଆଠାରେ କୋରେଇ ବିଜେପି ପକ୍ଷରୁ ବିଜୟ ସକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି । ରସୁଲପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶଶିଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶକ୍ତିବିଭାଗ ମନ୍ତ୍ରୀ ରାଜକୁମାର ସିଂହ ଯୋଗଦେଇ ରାଜ୍ୟ ବିଜେଡି ସରକାର ଓଡିଶାର ଗରିବ ବଢାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଓଡିଶାରେ ପ୍ରାକୃତିକ ସମ୍ପଦରେ ଭରପୁର ଥିବା ବେଳେ ଏହାର ଲୋକ ଦାଦନ ଖଟିବାକୁ ସୁରଟ ଯାଉଛନ୍ତି । ନବୀନ ସରକାର ଚାହୁନାହାନ୍ତି ଓଡିଶାର ଲୋକେ ବଡ ବଡ ମେଡିକାଲରେ ଚିକିତ୍ସା ପାଆନ୍ତୁ, ଯାହା ପାଇଁ ଓଡିଶାରେ ଆୟୁସ୍ମାନ ଯୋଜନା ଲାଗୁକରିନଥିଲେ । ପରେ କେନ୍ଦ୍ର ସରକାରଙ୍କ ଉଜ୍ଜାଳା ଯୋଜନା, ସ୍ୱଚ୍ଛଭାରତ ଯୋଜନା, ମେକ ଇନ୍ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ଏପରକି ଆଗମୀ ନିର୍ବାଚନରେ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ କହିଥିଲେ ।

ଏଥିରେ ସମ୍ମାନୀୟ ଅତିଥି ଭାବେ ବିଜେପି ନେତା ତଥା ସିନେ ତରକା ଶ୍ରୀତମ ଦାଶ ଯୋଗଦେଇ ଡବଲ ଇଞ୍ଜିନ ସରକାର ଗଠନ କରିବା ପାଇଁ ସଭାରେ ଥିବା କର୍ମୀ ମାନଙ୍କୁ ନିବେଦନ କରିବା ସହ କୋରେଇ ବିଧାନସଭା ପାର୍ଥୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିଲେ । ସଭାରେ ଯାଜପୁର ଲୋକସଭା କ୍ଷେତ୍ରର ସହ ପ୍ରଭାରୀ ପ୍ରତାପ ମିଶ୍ର ଅତିଥି ପରିଚୟ ପ୍ରଦାନ ପୂର୍ବକ କେନ୍ଦ୍ର ସରାକରଙ୍କ ରାଜ୍ୟ ସରକାରଙ୍କ ରାଜ୍ୟରେ ଚାଲୁଥିବା ହିଟଲର ଶାସନର କଡା ସମାଲୋଚନା କରିଥିଲେ ।

ଏଥିରେ ବିଧାୟକ ପ୍ରାଥୀ ବିଶ୍ୱଜିତ ନାୟକ ନିଜ ପାଇଁ ଭୋଟ ମାଗିବା ସହ କୋରେଇକୁ ବିକାଶ ମାର୍ଗରେ ନେବାରେ ସାହାର୍ଯ୍ୟ କରିବା ପାଇଁ କହଥିଲେ । ଯୁବ ନେତା ବିକ୍ରମ ବିଶ୍ୱାଳ ସଂଯୋଜନା କରିଥିବା ବେଳେ ବଡକଇଂଚିର ପୂର୍ବତନ ସରପଂଚ ପ୍ରକାଶ କୁମାର ସାହୁ ଧନ୍ୟବାଦ ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ ସଭା ଆରମ୍ଭ ପୂର୍ବରୁ ବହୁକର୍ମୀ ଏକ ମଟରସାଇକେଲ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ।

Related Posts

About The Author

Add Comment