ନବୀନଙ୍କ ରାଜନୀତିକ ସଚିବ ହେଲେ ଗୋପବନ୍ଧୁ ଦାଶ

Spread the love

ଭୁବନେଶ୍ୱର ୧୧/୩ (ସନ୍ଧାନ ନିୟୁଜ/ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ଗୋପବନ୍ଧୁ ଦାଶ ସରକାରୀ ଚାକିରିରୁ ଇସ୍ତଫା ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।

ସୂଚନା ଅନୁସାରେ, ଦୀର୍ଘ ୩ବର୍ଷ ଧରି ଶ୍ରୀ ଦାଶ ଅଣଆନୁଷ୍ଠାନିକ ଭାବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିକ କାର୍ଯ୍ୟରେ ନିୟୋଜିତ ଥିଲେ। ସେ ସରକାରୀ ଅଫିସର ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ବିଜେଡିର ରାଜନୀତିକ ବ୍ୟାପାର ଦାୟିତ୍ୱରେ ରହିଥିଲେ। ଗତ ଶୁକ୍ରବାର ସେ ସରକାରୀ ଚାକିରିରୁ ଇସ୍ତଫା ଦେବା ପରେ ଆଜି ତାଙ୍କୁ ଶ୍ରୀ ପଟ୍ଟନାୟକଙ୍କ ରାଜନୀତିକ ସଚିବ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଦାଶଙ୍କୁ ଗଞ୍ଜାମ ଜିଲ୍ଲାର ସୋରଡ଼ା ବିଧାନସଭା କିମ୍ବା ଆସିକା ଲୋକସଭା ଆସନରୁ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି।

ଆଜି ବିଜେଡି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

 

Reported Wanted ALL BLOCK OF ODSHA 

Contact-9437819735

Related Posts

About The Author

Add Comment