ଭୁବନେଶ୍ୱର, ୦୬/୦୨ (ସନ୍ଧାନ ନିୟୁଜ) ନବଜାତ ଶିଶୁ ଠାରେ ବି ମିଳିଲା କରୋନା ଭୂତାଣୁ । ଗୋଟିଏ ଦିନର ଶିଶୁ ଠାରେ ମିଳିଲା ସଂକ୍ରମଣର ଲକ୍ଷଣ । କରୋନା ଭୂତାଣୁ ସାରା ବିଶ୍ୱରେ ୨୮ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିସାରିଥିବା ବେଳେ ଏବେ ଏହାର ସଂକ୍ରମଣର ଶିକାର ହୋଇଛି ଏକ ନବଜାତ ଶିଶୁ । ଏହି ଘଟଣା ବର୍ତମାନ ଗର୍ଭସ୍ଥ ଶିଶୁ ମାନଙ୍କ ପାଇଁ କରୋନା ଭୂତାଣୁ ବି ବିପଦ ହୋଇପାରେ ଏହା ସ୍ପଷ୍ଟ କରିଦେଇଛି । ଉହାନ ଚିଲଡ୍ରେନ ହସ୍ପିଟାଲରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ । ୩୦ ଘଂଟା ପରେ ଶିଶୁର ସାମ୍ପଲ ପରୀକ୍ଷା ପାଇଁ ନିଆଯାଇଥିଲା । ତା ଠାରେ ମିଳିଥିଲା କରୋନା ଭୂତାଣୁ । ତେବେ ଶିଶୁକୁ ଜନ୍ମ ଦେଇଥିବା ମାଆ କରୋନା ଭୂତାଣୁର ସଂକ୍ରମଣର ଶିକାର ହୋଇଥିଲେ । ତାଙ୍କ ଠାରୁ ଶିଶୁକୁ ଏହି ସଂକ୍ରମଣ ହୋଇଥିବା ଡାକ୍ତରୀ ଟିମ୍ କହିଛନ୍ତି ।
ନବଜାତ ଶିଶୁ ଠାରେ ମିଳିଲା କରୋନା ଭୂତାଣୁ !
|
February 6, 2020 |
![](https://sandhannews.com/wp-content/uploads/2020/01/corona-virus2.jpg)