ନଦୀରେ ଭାସିଯାଇ ଶିଶୁ କନ୍ୟା ନିଖୋଜ 

Spread the love
ରାଉରକେଲା, ୦୨/୦୭/୨୦ (ସନ୍ଧାନ ନିଉଜ) : ରାଏବଗା ଥାନା ଅନ୍ତର୍ଗତ କେନ୍ଦୁଡିହି ଗ୍ରାମ ନିକଟରେ ଶଂଖ ନଦୀରେ ଗତକାଲି ସଂଧ୍ୟାରେ ରୋହିତା କିରୋ ନାମକ ୫ ବର୍ଷର ଶିଶୁ କନ୍ୟା ଭାସିଯାଇ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।ଘଟଣାରୁ ଜଣାପଡିଛି ଯେ ଗତକାଲି ସନ୍ଧ୍ୟାରେ  କେନ୍ଦୁଡିହି ଗ୍ରାମର ଖ୍ରୀଷ୍ଟୋଫର କିରୋଙ୍କ ପତ୍ନୀ ବିଲକାମ ସାରି ନିଜର ଝିଅ ରୋହିତା ସହ ଆସି ନିକଟସ୍ଥ ଶଂଖ ନଦୀରେ ଗାଧୋଇବା ସମୟରେ କୂଳରେ ବସିଥିବା ଝିଅ ଅସାବଧାନତା ଯୋଗୁଁ ନଈ ପାଣିରେ ଭାସିଯାଇଥିଲେ।ଏହା ଜାଣିପାରି ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି କରିଥିଲେ।ହେଲେ ଶିଶୁ କନ୍ୟାକୁ ପାଇନଥିଲେ।ଏନେଇ ଆଜି କୁତ୍ରା ଅଗ୍ନିଶମ ବିଭାଗ ଖବର ପାଇ ଆଜି ସକାଳୁ କେନ୍ଦୁଡିହିକୁ ପହଂଚି ନଦୀରେ ଖୋଜାଖୋଜି କରିଥିଲେ ସୁଦ୍ଧା ଉଦ୍ଧାର କରିପାରିନଥିଲେ।

Related Posts

About The Author

Add Comment