ବରୀ,(ସନ୍ଧାନ ନ୍ୟୁଜ) : ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ବାଲିବିଲ ନିକଟ ଅବସରପ୍ରାପ୍ତ ସୈନିକସଂଘ କାର୍ଯ୍ୟଳୟ ସମ୍ମୁଖ ଖରସ୍ରୋତାର ଶାଖା ନଦୀ ଦୁଧେଇ ନାଳରେ ଜଣେ ଯୁବକ ବୁଡି ଯାଉଥିବା ଦେଖି ରାସ୍ତାରେ ଯାଉଥିବା ଜଣେ ଅଟୋ ଚାଳକ ଯୁବକକୁ ଉଦ୍ଧାର କରିବାକୁ ନଦୀକୁ ଡେଇଁଥିଲେ । ମାତ୍ର ଅଟୋଚାଳକ ଯୁବକଙ୍କ ନିକଟରେ ପହଞ୍ଚିବା ପୁର୍ବରୁ ଯୁବକ ଜଣଙ୍କ ନଦୀରେ ବୁଡି ଯାଇଥିଲେ। ଉପସ୍ଥିତ ଲୋକେ ବରୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ମାତ୍ର ଅଗ୍ନିଶମ ବାହିନି ବିଳମ୍ବରେ ପହଞ୍ଚିବା ପରେ ଘଟଣାକୁ ମିଥ୍ୟା ବୋଲି କହି ତର୍ଜମା କରି ସମୟ ସାରି ଦେଇଥିଲେ। ପରେ ଯୁବକ ଜଣଙ୍କ ନଦୀ ରେ ବୁଡୁଥିବା ସମୟର ଭିଡିଓ ଦେଖିବା ପରେ ଅଗ୍ନିଶମ ବାହିନୀ ବୋଟ ସହାୟତାରେ ଖୋଜା ଖୋଜି ଆରମ୍ଭ କରିଥିଲେ। ଘଟଣା ସ୍ଥଳରେ ବରୀ ପୋଲିସ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରୁଥିବା ବେଳେ ୧ ଘଣ୍ଟା ଖୋଜିବା ପରେ ଯୁବକଜଣଙ୍କୁ ଉଦ୍ଧାର କରିଥିଲେ। ଯୁବକଙ୍କୁ ଉଦ୍ଧାରକରି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାର ଦାୟିତ୍ୱରେଥିବା ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ନଦୀରେ ବୁଡିଯାଇ ମୃତ୍ୟୁ ବରଣ କରିଥିବା ଯୁବକ ଜଣଙ୍କ ବରୀ ଥାନା ଅନ୍ତର୍ଗତ ଡିହବାରିଙ୍ଗି ଗ୍ରାମର ବିକ୍ରମ ରାଉତଙ୍କ ପୁଅ ସତ୍ୟଜିତ ରାଉତ (୨୬) ବୋଲି ଜଣା ପଡ଼ିଛି। ସେପଟେ ବରୀ ପୋଲିସ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।
ନଦୀରେ ବୁଡ଼ି ଯୁବକ ମୃତ
|
February 3, 2026 |



