ନୂଆଦିଲ୍ଲୀ ୨୫/୧୨ (ସନ୍ଧାନ ନିୟୁଜ): ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ପ୍ରଦେଶ ଅନ୍ତର୍ଗତ ଉପାନ୍ତ ପଗାର ଆଲମ୍ ଅଞ୍ଚଳରେ ଏକ ବସ୍ ନଦୀ ଭିତରକୁ ଖସି ପଡିବ ଫଳରେ ୨୭ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୧୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ୧୨୦ଜଣ ଉଦ୍ଧାକାରୀ କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିବା ବେଳେ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସ୍ଥାନୀୟ ପୋଲିସ ମୁଖ୍ୟ ଡୋଲି ଗୁମରାଙ୍କ ସୂଚନା ହେଲା ମଙ୍ଗବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍ରେ ୫୦ଜଣ ଯାତ୍ରୀ ଥିଲେ। ବସ୍ଟି ବେଙ୍ଗାଲୁରୁର ପାଲେମ୍ବାଙ୍ଗ ଯାଉଥିଲା ବେଳେ ରାସ୍ତାରେ ଲାଗିଥିବା କଂକ୍ରିଟ୍ରେ ପିଟି ହୋଇ ପ୍ରାୟ ୫୦୦ଫୁଟ ତଳକୁ ଖସିପଡିଥିଲା।