ନଦୀକୁ ଟ୍ରକ ଖସିପଡ଼ି ଚାଳକ ମୃତ୍ୟୁ

Spread the love

କଳାହାଣ୍ଡି, ୮/୫ (ସନ୍ଧାନ ନିୟୁଜ) ବ୍ରିଜ୍‌ ଉପରୁ ଟ୍ରକ ନଦୀକୁ ଖସିପଡ଼ିବାରୁ ଆଜି ଜଣେ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ତୁରକେଲ ବ୍ରିଜ୍‌ରୁ ତେଲନଦୀକୁ ଛତିଶଗଡ଼ର ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଖସିପଡ଼ିଥିଲା। ଟ୍ରକରେ ଡ୍ରାଇଭର ଓ ହେଲ୍‌ପର ଥିଲେ। ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀ ପହଂଚିଛନ୍ତି। ଟ୍ରକ ଚାଳକ ତ୍ରିଲୋଚନ ହଂସଙ୍କର ମୃତହେଦ ଉଦ୍ଧାର ହୋଇଛି। ହେଲପର ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ ତ୍ରିଲୋଚନଙ୍କ ଘର କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଂଚଳର ଗଡିଆଯୋର ବୋଲି ଜଣାପଡ଼ିଛି। ଟ୍ରକଟି ଲୁହା ନେ ରାୟପୁରରୁ ବିଶାଖାପାଟଣା ଯାଉଥିଲା ବୋଲି ଜଣାପଡ଼ିଛି।

Related Posts

About The Author

Add Comment