କୋରାପୁଟ , 24.01.2021 (ସନ୍ଧାନ ନିଉଜ୍):– କୋରାପୁଟ ଜିଲ୍ଲା କୋଟପାଡରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଏହା ସହ ମଦ ପ୍ରସ୍ତୁତି ପାଇଁ ଥିବା ବିଭିନ୍ନ ସାମଗ୍ରୀ ସହ ମଦ ବୋତଲ, ହୋଲୋଗ୍ରାମ, ଠିପି ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଏଠାରେ ନକଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲେ ବି ଅଭିଯୁକ୍ତମାନେ କିନ୍ତୁ ଖସି ଯାଇଛନ୍ତି । କୋଟପାଡ ଓ ଏହାର ଆଖପାଖ ଅଂଚଳରେ ଦୀର୍ଘ ଦିନ ହେବ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ଚଢାଉ ସମୟରେ ଏଠାରେ ଡିଜେଲ ମଧ୍ୟ ଅପମିଶ୍ରିତ କରି ବିକ୍ରି କରାଯାଉଥିଲା । ଖବର ପାଇ ଯୋଗାଣ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ୨୪୫ ଲିଟର ଅପମିଶ୍ରିତ ଡିଜେଲ ଜବତ କରିଛନ୍ତି ।



