ବାରିପଦା ୧୫/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବନ୍ତ ଥାନା ଅଧନ ପ୍ରଧାନପଡା ଗ୍ରାମରେ ଏକ ନକଲି ଜର୍ଦ୍ଦା କାରଖାନା ଉପରେ ପୋଲିସ ଚଢଉକରି ବିପୁଳ ପରିମାଣରେ ସାମଗ୍ରୀ ଜବତ କରିଛି । ପ୍ରଧାନପଡା ଗ୍ରାମର ଅନୱାର ଅଲ୍ଲୀଙ୍କ ଭଡା ଘରେ ଏକ ନକଲି ଜର୍ଦ୍ଦା କାରଖାନା ଚାଲୁଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଆଇଆଇସି ମିନା ବିନ୍ଧାଣୀଙ୍କ ନେତୃତ୍ବରେ ଗଠିତ ପୋଲିସ ଟିମ ଏହି ନକଲି କାରଖାନା ଉପରେ ଚଢ଼ାଉ କରିଥିଲା । ଚଢଉ ବେଳେ ବହୁ ପରିମାଣରେ ନକଲି ଜର୍ଦ୍ଦା ମସଲା, ରାସାୟନିକ ସାମଗ୍ରୀ, ଦୁଇଟି ସିଲ ମେସିନ, ୨ ବସ୍ତା ଖୋଲା ଜର୍ଦ୍ଦା ଡବା ଓ ପ୍ରାୟ ୧୦୦ ପେଟିରୁ ଉର୍ଦ୍ଧ ନକଲି ଜର୍ଦ୍ଦା ଜବତ କରାଯାଇଛି । ଚଢଉ ବେଳେ ଏହି ନକଲି କାରଖାନାର ମାଲିକ ଖସି ପଳାଇଥବା ବେଳେ ଘର ମାଲିକକୁ ପୋଲିସ ଥାନାକୁ ଆଣି ପଚରା ଉଚରା କରିଛି । ସଂପୃକ୍ତ କାରଖାନାର ମାଲିକଙ୍କ ଘର ଭଦ୍ରକ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ଏଏସଆଇ ସେକ ମୁଜିବୁର ରହେମନଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ-୯୭/୨୦ରେ ମାମଲା ରୁଜୁ କରିଛି । ଉକ୍ତ ଘଟଣାର ତଦନ୍ତକାରୀ ଅଧିକାରୀ ମିନା ବିନ୍ଧାଣୀ ରହିଛନ୍ତି ।
ନକଲି ଜର୍ଦ୍ଦା କାରଖାନା ଠାବ ବିପୁଳ ପରିମାଣର ସାମଗ୍ରୀ ଜବଦ
|
August 15, 2020 |