ଭଦ୍ରକ, ୨୦/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ଭଦ୍ରକ ପୌରାଞ୍ଚଳ ଅଧୀନସ୍ଥ ପୁରୁଣାବଜାର ଏବେ ନକଲି ଜର୍ଦା ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି । ଶନିବାର ସଂଧ୍ୟାରେ ପୁରୁଣାବଜାର ଥାନା ଅଧୀନସ୍ଥ ଛଡ଼ାକ ମହଲାର ପୁଲିସ ଚଢ଼ଉ କରି ନକଲି ଜର୍ଦା ଓ ଯସ୍ୟଶ ଜବତ କରିଛି । ଜବତ ଜବ୍ଦୀର ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଉର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଛଡ଼ାକ ମହଲାରେ ନକଲି ଜର୍ଦା ପ୍ରସ୍ତୁତ ହେଉଥିବା ସଂପର୍କରେ ବିଶେଷସୂତ୍ରରୁ ଖବର ପାଇ ପୁରୁଣାବଜାର ଥାନା ପୁଲିସ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା । ଚଢ଼ାଉ ବେଳେ ପୁଲିସ ଲକ୍ଷାଧିକ ଟଙ୍କାର ବିଭିନ୍ନ କମ୍ପାନିର ନକଲି ଜର୍ଦ୍ଦା ଜବତ କରିଥିଲା ଏଥିସହ ବହୁ ସଂଖ୍ୟକ କେବୁଲ, କେମିକାଲସ୍, ଲୋଗୋ, ପ୍ୟାକିଂ ମେସିନ, ଯକ୍ଷ୍ୟଶ, ହଲୋଗ୍ରାମ, ଜର୍ଦା ପ୍ରସ୍ତୁତ ପାଇଁ ଆବଶ୍ୟକ ବହୁ ପରିମାଣର ଆପତ୍ତିଜନକ କଞ୍ଚାମାଲ ପୁଲିସ ଜବତ କରିଥିଲା । ଏହି ଘଟଣାରେ ଜଣେ ବୟସ୍କ ବ୍ୟକ୍ତିକୁଅଟକ ରଖି ପୁଲିସ ପଚରାଉଚରା କରୁଛି। ତେବେ ଏହିନକଲି କାରବାରର ଅନ୍ତଃ ଘଟିବ ନା ପୁଲିସ କେବଳ ଚଢ଼ଉକରି ଚାଲିଥିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ନକଲି ଜର୍ଦା ଓ ଯନ୍ତ୍ରାଂଶ ଜବତ
|
December 20, 2020 |
