ନକଲି କାରଖାନା ଉପରେ ଚଢ଼ାଉ, ବିପୁଳ ପରିମାଣର ତେଲ ଜବତ

Spread the love

ଅନୁଗୁଳ, 30.01.2021 (ସନ୍ଧାନ ନିଉଜ୍): ରାଜ୍ୟରେ ଛତୁ ଫୁଟିବା ପରି ଫୁଟି ଚାଲିଛି ନକଲି ସାମଗ୍ରୀ ନିର୍ମାଣକାରୀ କାରଖାନା। କଟକ, ବ୍ରହ୍ମପୁର ଏବଂ ସମ୍ବଲପୁରରେ ନକଲି କାରଖାନା ଠାବ ପରେ ଏବେ ଅନୁଗୁଳରୁ ନକଲି କାରଖାନା ଉପରେ ଚଢାଉ କରିଛି।  ଅନୁଗୁଳ ପଞ୍ଚମହଲା ଶରଧାପୁର ଠାରେ ପୋଲିସର ସ୍ପେସିଆଲ ସ୍କ୍ଵାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି ବିପୁଳ ପରିମାଣର ଅପମିଶ୍ରିତ ପାମୋଲିନ ତେଲ ଜବତ କରିଛି। ଏଠାରେ ବିଭିନ୍ନ କମ୍ପାନୀର ଲେବଲ ଲଗାଇ ପ୍ୟାକିଂ କରି ବଜାରକୁ ଛଡା ଯାଉଥିଲା । ସୂଚନା ଅନୁସାରେ ଏହି ଅପମିଶ୍ରିତ ତେଲ କଲିକତାରରୁ ଟ୍ୟାଙ୍କର ଯୋଗେ ଆଣି ପରେ  ଏଠାରେ ବିଭିନ୍ନ ପ୍ରକାର ଲେବଲ ଲଗାଇ ଟିଣ ଡବାରେ ପ୍ୟାକିଂ ହେଉଥିଲା । ତେବେ ଏହି କମ୍ପାନୀର କୌଣସି ପ୍ରକାର ସ୍ୱୀକୃତି ନଥିବା କିମ୍ବା ଫୁଡ଼ ଲାଇସେନ୍ସ ମଧ୍ୟ ନଥିବା ପୋଲିସ ତଦନ୍ତ ବେଳେ ଜଣା ପଡିଥିବା ବେଳେ ଏହି ଲାଇସେନ୍ସ ଗୁଡିକ ଅଣ୍ଡର ପ୍ରସେସ ଥିବା ସୂଚନା ମିଳିଛି। ତେବେ ପୋଲିସ କିଛି ଲୋକଙ୍କୁ ଅଟକ ତଦନ୍ତ କରୁଛି। ଅପ ମିଶ୍ରିତ ତେଲର  ନମୂନା ସଂଗ୍ରହ କରି ଟେଷ୍ଟିଂ ପାଇଁ ଭୁବନେଶ୍ବର ଲାବୋଟାରିକୁ ପଠାଇ  ଅଧିକ ତଦନ୍ତ ଜାରି ରଖିଛି। ଏବେ କମ୍ପାନୀକୁ ସିଲ କରାଯାଇଛି।

Related Posts

About The Author

Add Comment