ବାଲେଶ୍ୱର/ ବାହାନଗା, , ୭/୧୦(ସନ୍ଧାନ ନ୍ୟୁଜ୍):- ଖନ୍ତାପଡ଼ା ପୁଲିସ ଶେରଗଡ଼ ଟୋଲ ପ୍ଲାଜା ନିକଟରୁ ପୁଲିସ ଗାଡ଼ିରେ ଥିବା ଜଣେ ନକଲି ଏସଟିଏଫ ଅଧୁକାରୀ ଓରଫ ର’ ଅଧୁକାରୀ (ରିସର୍ଚ୍ଚ ଆଣ୍ଡ ଆନାଲିସିସ ଉଇଙ୍ଗ)କୁ ଗିରଫ କରିଛି । ତା ନିକଟରୁ ବନ୍ଧୁକ, ର ପରିଚୟ ପତ୍ର, ୨ଟି ୱିକିଟକି ସହିତ ପୁଲିସ ଗାଡ଼ି ମଧ୍ୟ ଜବତ ହୋଇଛି । ଗାଡ଼ିର ଡ୍ରାଇଭରକୁ ମଧ୍ୟ ଗିରଫ କରାଯାଇଛି । ପ୍ରଥମେ ବନ୍ଧୁକ ଦେଖାଇବା, ଗୁଳି ଫୁଟାଇ ସାଧାରଣ ଲୋକଙ୍କ ଭୟଭୀତ କରାଯାଇବା ପରେ ଖସି ପଳାଇ ଯାଉଥିବାବେଳେ ଶେରଗଡ଼ ଫାଣ୍ଡି ନିକଟରେ କନଷ୍ଟେବଳ ରମେଶ ଚନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ନାଟକୀୟ ଢଙ୍ଗରେ ଏହାକୁ ଧରିଥିଲେ। ଅଭିଯୁକ୍ତ ନିୟମିତ ଭାବେ ପୁଲିସ ଗାଡ଼ି ବ୍ୟବହାର କରି ଅପରାଧ ଘଟାଉଥୁବାର ପୁଲିସ ଅନୁମାନ କରୁଛି । ରିମାଣ୍ଡରେ ଆଣିବା ପରେ ଏନେଇ ଅକ ତଥ୍ୟ ମିଳିପାରିବ ବୋଲି ଖନ୍ତାପଡ଼ା ଥାନାକାରୀ ପରେଶ ରାଉତ ସୂଚନା ଦେଇଛନ୍ତି । ସୂଚନା ଦେଇ ଶ୍ରୀ ରାଉତ କହିଛନ୍ତି ଯେ ବେଗୁନିଆ ନିକଟରେ ଏକ ବିଲାତି ବୋଝେଇ ଟ୍ରକ ଓଲଟି ପଡ଼ିଥିଲା । ଯେଉଥିପାଇଁ ରାସ୍ତା ଅବରୋଧ ହେବା ସହିତ ଭିଡ଼ ହୋଇଥିଲା । ସେଠାରେ ପୁଲିସ ମଧ୍ୟ ମୁତୟନ ହୋଇଥିଲେ। ରାତି ପ୍ରାୟ ୮.୧୫ ମିନିଟରେ ଗଞ୍ଜାମ ଜିଲା, ଗାଙ୍ଗପୁର ଥାନା ଅଧୀନ ନାହାଡ଼ା ଗାଁର ପ୍ରିୟରଞ୍ଜନ ବରାଳ ଡ୍ରାଇଭର, ବାରିପଦା ଅଞ୍ଚଳର ପଙ୍କଜ ବରାଳ ସହ ନାଲିବତି ଲାଗିଥିବା ଗାଡ଼ିରେ ସେହି ସ୍ଥାନରେ ପହଞ୍ଚିଥିଲେ। ନିଜକୁ ଏସଟିଏଫର ଡିଏସପି ବୋଲି ପରିଚୟ ଦେବା ସହିତ କାହିଁକି ଭିଡ଼ ହୋଇଛି ବୋଲି ପାଟି କରିଥିଲେ। ତାଙ୍କୁ ତୁରନ୍ତ ରାସ୍ତା ସଫା କର ବୋଲି କହିବା ସହିତ ଅଶ୍ରାବ୍ୟ ଭାଷା ମଧ୍ୟ ପ୍ରୟୋଗ କରିଥିଲେ । ଅଧ ଘଣ୍ଟା ଭିତରେ ମୁଁ ଆସୁଛି, ରାସ୍ତା ଯେମିତି କ୍ଲିଅର ହୋଇଥିବ ବୋଲି ପୁଲିସକୁ ହାକିମାତି ଦେଖାଇଥିଲେ। ଏହି ସମୟରେ ଜଣେ ଦୁଇ ଜଣ ପୁଲିସ କର୍ମଚାରୀ ତାଙ୍କୁ ସାଲ୍ୟୁଟ ମଧ୍ୟ ମାରି ଦେଇଥିଲେ । ସାଲ୍ୟୁଟି ମାରିବା ଦେଖୁ ପ୍ରିୟ ଉତ୍ସାହିତ ହୋଇ ବନ୍ଧୁକ ଫୁଟାଇ ଚାଲି ଆସିଥିଲେ । ବନ୍ଧୁକ ଫୁଟିବା ପରେ ଉପସ୍ଥିତ ଥିବା ଲୋକେ ଛିନ୍ନଛତ୍ର ମାରି ପଳାଇ ଯାଇଥିଲେ । ଉପସ୍ଥିତ ଥିବା ପୁଲିସ ମଧ୍ୟ ଏନେଇ ଥାନାକାରୀ ଶ୍ରୀ ରାଉତଙ୍କୁ ସମସ୍ତ ସୂଚନା ଦେଇଥିଲେ । ଜଣେ ଏସଟିଏଫ କର୍ମଚାରୀ ତାଙ୍କ ଥାନା ଅଞ୍ଚଳରେ କାହିଁକି ଗୁଳି ଫୁଟାଇବ ବୋଲି ଚିନ୍ତା କରି ଶ୍ରୀ ରାଉତ ଥାନାରୁ ବାହାରୁଥିବା ବେଳେ ଉକ୍ତ ନାଲିବତି ଗାଡ଼ି ଥାନା ଦେଇ ଦ୍ରୁତ ଗତିରେ ଚାଲି ଯାଇଥିଲା । ତୁରନ୍ତ ଶ୍ରୀ ରାଉତ ଶରଗଡ଼ ଟୋଲ ଗେଟରେ ଗାଡ଼ିକୁ ଅଟକାଇବା ପାଇଁ ବିଟ ହାଉସକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ କର୍ମଚାରୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ବେଳେ ସେ ଖସି ଯିବାକୁ ଚେଷ୍ଟା କରିଥିଲେ ପରେ ଦୁଇ ଜଣଙ୍କୁ ଥାନାକୁ ଅଣାଯାଇ ପ୍ରିୟରଞ୍ଜନର ଇଚ୍ଛା ଥିଲା ପୁଲିସ ଚାକିରି କରିବ । ହେଲେ ଏଥୁ ସଫଳ ନହେବାରୁ ଏଭଳି ଢ଼ଙ୍ଗରେ ନିଜର ଆଶା ପୂରଣ କରିଥିବା ସେ କହିଛି । ଅନ୍ୟ ପକ୍ଷରେ ତାଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରାଗଲେ ଅଧିକ ତଥ୍ୟ ମିଳିବ ବୋଲି ପୁଲିସ କହିଛି । ପୁଲିସ ଗାଡ଼ି ବ୍ୟବହାର କରି ଅନ୍ୟ କିଛି ଅପରାଧ କରିଛି କି ନାହିଁ ପୁଲିସ ଅନୁସନ୍ଧାନ ଚଳାଇଛି । ପ୍ରିୟରଞ୍ଜନ ପତ୍ନୀ ବାରିପଦାରେ ରହୁଥିବାରୁ ସେ ବାରିପଦା ଫେରୁଥିଲା ବେଳେ ତା ନାଁରେ ଗୋଟିଏ କେସ ପୂର୍ବରୁ ରହିଛି । ଅନ୍ୟ ପକ୍ଷରେ ନିଶା ମାଫିଆ ବା ବେଆଇନ ମଦ କାରବାରରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ସହିତ ତାର ସମ୍ପର୍କ ରହିଥିବା ମଧ୍ୟ ପୁଲିସ ଅନୁମାନ କରୁଛି । ପୁଲିସ ତା ନିକଟରୁ ୫ଟି ଏଟିଏମ କାର୍ଡ, ଆଧାରକାର୍ଡ଼, ପାନ କାର୍ଡ, ୪ଟି ମୋବାଇଲ ଆଦି ଜବତ କରିଛି ।
ନକଲି ଏସଟିଏଫ ଅଧିକାରୀ ଗିରଫ
|
October 7, 2020 |


