ଧୋନିଙ୍କ ସହିତ ତୁଳନା କରିବାରୁ ବିରକ୍ତି ପ୍ରକାଶ କଲେ ଋଷଭ ପନ୍ତ

Spread the love

ନୂଆଦିଲ୍ଲୀ, ୧୬/୧୧(ସନ୍ଧାନ ନିୟୁଜ): ବିଶ୍ୱ କ୍ରିକେଟ୍‌ରେ ଅନ୍ୟତମ ସଫଳ ଅଧିନାୟକ ଥିବା ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ତୁଳନା କରାଯିବା ପରେ ଯୁବ କ୍ରିକେଟର ଋଷଭ ପନ୍ତ ବିରକ୍ତି ପ୍ରକାଶ କରିଛନ୍ତି। ନିକଟରେ ଶେଷ ହୋଇଥିବା ଇଣ୍ଡିଜ ବିପକ୍ଷରେ ଧୋନିଙ୍କୁ ଭାରତୀୟ ଟି-୨୦ ଟିମରେ ସାମିଲ କରାଯାଇ ନଥିବା ବେଳେ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଟି-୨୦ ମୁକାବିଲାରେ ସ୍ଥାନ ମିଳି ନାହିଁ।

ଧୋନିଙ୍କ ସ୍ଥାନରେ ପନ୍ତଙ୍କୁ ସ୍ଥାନ ମିଳିଛି। ପନ୍ତ ୩ଟି ଯାକ ଫର୍ମାଟରେ ଭାରତୀୟ ଟିମ୍‌ରେ ଖେଳୁଛନ୍ତି। ବିଶ୍ୱକପ୍‌ ୨୦୧୯ ପୂର୍ବରୁ ପନ୍ତଙ୍କୁ ସୁଯୋଗ ଦିଆଯାଉଛି। କାରଣ ଟିମ ପରିଚାଳନା ପନ୍ତଙ୍କୁ ଧୋନିଙ୍କ ଉତ୍ତରାଧିକାରୀ ଭାବରେ ପ୍ରସ୍ତୁତ କରାଯାଉଛି।

ଧୋନିଙ୍କ ସହିତ ତୁଳନା କରାଯିବା ପରେ ଋଷଭ ପନ୍ତ କହିଛନ୍ତି, ସେ ଅନ୍ୟ କାହାରି ସହିତ ତୁଳନାରେ ବିଶ୍ୱାସ ରଖନ୍ତି ନାହିଁ। କାରଣ ସେ କହାରି ସହିତ ପ୍ରତିଯୋଗିତା କରିବା ପାଇଁ କ୍ରିକେଟ ଖେଳୁ ନାହାନ୍ତି। ମୁଁ ମାହି ଭାଇ (ମହେନ୍ଦ୍ର ସିଂହ ଧୋନି)ଙ୍କ ନିକଟକୁ ଯାଏ ଓ ଅନେକ କଥା ଶିଖିଥାଏ। ଋଷଭ ପନ୍ତ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। ବିରାଟ ମୋତେ କୁହନ୍ତି, ୫୦ଟି ମ୍ୟାଚ ଖେଳିବାରେ ଆପଣଙ୍କୁ ଅଭିଜ୍ଞ କୁହାଯିବ ନାହିଁ। କାରଣ ୩ ରୁ ୪ଟି ମ୍ୟାଚ ଖେଳିଥିବା ଖେଳାଳିଙ୍କ ପାଖରେ ଏତିକି ଅଭିଜ୍ଞତା ଥାଏ।

Related Posts

About The Author

Add Comment