ଧାରା ୩୭୦ ସମ୍ବନ୍ଧୀୟ ୬ଟି ଯାକ ଆବେଦନରେ ଥିବା ତ୍ରୁଟି ସୁଧାରିବାକୁ ଓକିଲମାନଙ୍କୁ ପରାମର୍ଶ

Spread the love

ଜାମ୍ମୁ, ୧୬/୮ (ସନ୍ଧନ ନିଉଜ) : ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରାଯିବାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଆବେଦନଗୁଡ଼ିକରେ ତ୍ରୁଟି ଥିବାରୁ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଧାରା ୩୭୦ର ଉଚ୍ଛେଦକୁ ଚ୍ୟାଲେଞ୍ଜ୍‍ କରି ଓକିଲ ଏମ୍‍.ଏଲ୍‍ ଶର୍ମା ଦାଏର କରିଥିବା ଆବେଦନ ଅର୍ଥ ହୀନ। ଧାରା ୩୭୦ ସମ୍ବନ୍ଧୀୟ ୬ଟି ଯାକ ଆବେଦନରେ ଥିବା ତ୍ରୁଟି ସୁଧାରିବାକୁ ଓକିଲମାନଙ୍କୁ ପରାମର୍ଶ ଦେଇଛନ୍ତି।

ଓକିଲ ଏମ୍‍.ଏଲ୍‍. ଶର୍ମା ଧାରା ୩୭୦ର କିଛି ନିୟମର ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିବା ବେଳେ କାଶ୍ମୀର ଟାଇମ୍‍ସ କାର୍ଯ୍ୟନିର୍ବାହୀ ସମ୍ପାଦକ ଅନୁରାଧା ଭାସିନ ତାଙ୍କ ଆବେଦନରେ ସମସ୍ତ ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ବନ୍ଦ ରଖାଯାଇଥିବା ଯୋଗାଯୋଗ ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ଓ ଲ୍ୟାଣ୍ଡ୍‍ ଲାଇନ୍‍ ଫୋନ୍‍ ସେବା ଅନ୍ତର୍ଭୁକ୍ତ। ସୁପ୍ରିମକୋର୍ଟ କହିଛନ୍ତି ଗଣମାଧ୍ୟମ ଉପରେ କଟକଣା ଓ ଅନ୍ୟାନ୍ୟ ଯୋଗାଯୋଗ ବ୍ୟବସ୍ଥା ସଂକ୍ରାନ୍ତରେ କୋର୍ଟ ଶୁଣାଣି କରିବେ। ତେବେ ଏଥିପାଇଁ କୋର୍ଟ ପକ୍ଷରୁ କୌଣସି ଦିନ ଧାର୍ଯ୍ୟ କରାଯାଇ ନାହିଁ। ଇତିମଧ୍ୟରେ ଜାମ୍ମୁ କାଶ୍ମୀରର ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି ଓ ରାଜ୍ୟରୁ କଟକଣା ମଧ୍ୟ ଧୀରେଧୀରେ କୋହଳ କରାଯାଉଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜଣାଇଛନ୍ତି।

Related Posts

About The Author

Add Comment