ଧାମରାରେ ୨ ବିଦେଶୀ ଫେରନ୍ତା ଯୁବକଙ୍କୁ ନେଇ କୋକୁଆଭୟ

Spread the love

ଭଦ୍ରକ, ୨୨/୩/୨୦ (ସନ୍ଧାନ ନିଉଜ) : କରୋନା ଭୂତାଣୁ ଜନିତ ରୋଗକୁ ନେଇ ସାଧାରଣରେ କୋକୁଆଭୟ ସୃଷ୍ଟି ହୋଇଥିବା ବେଳେ ଧାମରା ଅଂଚଳର ୨ଯୁବକଙ୍କ ବିଦେଶ ଫେରନ୍ତା ନେଇ ଚର୍ଚା ଚାଲିଛି । ଗତକାଲି ଚରଦିଆ ପଂଚାୟତ ଅର୍ନ୍ତଗତ ରାଜରାଜେଶ୍ୱରୀପଲ୍ଲୀ ଗ୍ରାମର ସୁନୀଲ କଳାଙ୍କ ପୁଅ ଚାନ୍ଦୁ କଳା( ୨୫) ଅଷ୍ଟ୍ରେଲିଆ ରୁ ବିଭିନ୍ନ ଆର୍ନ୍ତଜାତୀୟ ବିମାନବନ୍ଦର ଦେଇ ଶେଷରେ କୋଲକାତାରେ ପହଂଚିବା ପରେ ସିଧାସଳଖ ଧାମରାରେ ପହଂଚି ନିଜ ଗ୍ରାମକୁ ଫେରିଥିଲେ । ଏ ନେଇ ଚରଦିଆ ପଂଚାୟତର ସରପଂଚ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପରେ ଏ ନେଇ ସରପଂଚ ସଂପୃକ୍ତ ବ୍ୟକ୍ତିଙ୍କ ବାପାକୁ ଦେଖା କରି ପୁଅକୁ ନେଇ ଭଦ୍ରକ ମେଡିକାଲରେ ଚିକତ୍ସିତ କରିବା ଅଥବା ସେ ବିଦେଶରୁ ଫେରିଛନ୍ତିି ୧୦୪ ନଂ ରେକଲ କରି ପଞିକରଣ କରାଇବା ଜରୁରୀ ବୋଲି କହିଥିଲେ ମାତ୍ର ସଂପୃକ୍ତ ଯୁବକଙ୍କ ବାପା ଏଥିରେ ସହମତି ହୋଇ ନଥିବା ଚରଦିଆ ସରପଂଚ ଦିବାକର ମାଇତିଙ୍କ ନିକଟରୁ ପ୍ରକାଶ । ଅନ୍ୟ ଏକ ତଥ୍ୟାନୁଯାୟୀ ବଇଂଚା ଗ୍ରାମ ନିବାସୀ ପ୍ରତାପ ପୃଷ୍ଟିଙ୍କ ପୁଅ ତାମିଲନାଡୁ ରୁ ଗତକାଲି ଫେରଥିଲା । ସେ ଦୀର୍ଘଦିନ ଧରି ଥଣ୍ଡା ଏବଂ କାଶ ରୋଗରେ ପୀଡିତ ଥିବା କଥା ସ୍ଥାନୀୟ ଅଧିବାସୀ କହୁଥିବା ବେଳେ ପ୍ରତାପଙ୍କ ପୁଅର ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା କଥା ଅଭିଯୋଗ କରିଥିଲେ । ପ୍ରତାପ ସମସ୍ତ କଥା ଶୁଣିବା ପରେ ୨ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଜର ପୁଅ କୁ ନେଇ କୌଣସି ଚିକିତ୍ସାଳୟରେ ଚିକିତ୍ସିତ କରି ନଥିବା ଜଣାଯାଇଛି । ଏହି ୨ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ତଥା ଧାମରା ବନ୍ଦର(ଆଦାନୀ)ରେ କାର୍ଯ୍ୟକରୁଥିବା ବିଦେଶୀ ଙ୍କୁ ନେଇ ଧାମରା ଅଂଚଳର କୋକୁଆ ଭୟ ସୃୃଷ୍ଟି ହୋଇଛି । ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।

Related Posts

About The Author

Add Comment