ଧାମନଗର ରେ କୋରୋନା ଆତଙ୍କ

Spread the love
ଧାମନଗର, ୦୭/୦୪/୨୧ (ସନ୍ଧାନ ନିଉଜ) : କିଛି ଦିନ ତଳେ ଧାମନଗର ରେ କରୋନା ତାର କାୟା ବିସ୍ତାର କରିଥିଲା। ସେହି ମହାମାରୀ ର ପ୍ରତିଛବି ଧାମନଗର ବାସୀ ଙ୍କ ମନରୁ ନ ଲିଭୁନୁ ପୁଣି କରୋନା ରାଜ କରିବା ଆରମ୍ଭ କରିଛି। କିଛି ଦିନ ତଳେ ଧାମନଗର ରେ ତିନି ଜଣ ଚିହ୍ନଟ ହୋଇଥିବା ବେଳେ ପୁଣି ଗତକାଲି ତିନି ଜଣ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ଙ୍କ ଭିତରୁ କିଛି ନଦିଗାଁ ଅଞ୍ଚଳ ରେ ହୋଇଥିବା ବେଳେ ଅନ୍ୟ ମାନେ ଧାମନଗରଏନଏସି ର ବୋଲି ଜଣା ପଡିଛି। ସମସ୍ତ ସେହି ଅଞ୍ଚଳ ର ବାସିନ୍ଦା ଥିବା ବେଳେ ନଦିଗାଁ ର ଆକ୍ରାନ୍ତ ଝାଡ଼ଖଣ୍ଡର ଫେରନ୍ତା ଜଣାପଡିଛି। ପ୍ରଶାସନ ର ବିଭିନ୍ନ ମାଧ୍ୟମରେ ବାରମ୍ବାର ପ୍ରଚାର ସଚେତନତା ସତ୍ତ୍ଵେ ଚେତୁ ନାହାଁନ୍ତି ଧାମନଗର ବାସୀ। ସାମାଜିକ ଦୂରତା, ମାସ୍କ ଏବଂ ସବୁନୁ ରେ ହାତ ଧୋଇବା ଏସବୁ ଘରେ ହେଉ କି ବାହାରେ ହେଉ ଧାମନଗର ବାସୀ ଏଥିରୁ ବଞ୍ଚିତ ଥିବା ସ୍ପଟ ବାରି ହୋଇପଡିଛି। କରୋନା ର ଦ୍ଵିତୀୟ ଅଭିଯାନ ଆରମ୍ଭ କରିସାରିଛି କିନ୍ତୁ ଏହି ସଚେତନତା କେତେ ଅମାନିଆ ପାଳନ କରୁନଥିବା ଦେଖାଯାଉଛି। ଏହି ଅମାନିଆ ଙ୍କ ଅସାବଧାନତା ଯୋଗୁ ମହାମାରୀ କୋରୋନା ଯେପରି କାୟା ବିସ୍ତାର କରି ନପାରି ବ ପ୍ରଶାସନ ସଂପୂଣ୍ଣ ଦୃଷ୍ଟି ଦେବାକୁ ବୃଦ୍ଧି ଜିବୀ ମହଲରେ ପ୍ରକାଶ କରାଯାଇଛି।

Related Posts

About The Author

Add Comment