ଧାନ ପିଟା ମେସିନରେ ପଡ଼ି ଶ୍ରମିକ ମୃତ

Spread the love

ରାଇରଙ୍ଗପୁର,୨୫/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):ରାଇରଙ୍ଗପୁର ଗଉନ ଥାନା ପୁରୁଣାପାଣି ପଞ୍ଚାୟତ ପତେପଣି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଧାନ ପିଗ ମେସିନରେ ପଶିଯଇ ଉକ୍ତ ଗ୍ରାମର ପୀଥ ମୁର୍ମୁଙ୍କ ପୁଅ ମଧୁ ମୁର୍ମୁ(୪୫)ଙ୍କ ମୃତ୍ୟୁ ହୋଇଛି । ସୂଚନାନୁଯାୟୀ ଉକ୍ତ ଗାଁ ମୁଣ୍ଡ ବିଲରେ ଧାନ ଅମଳ ପାଇଁ ଗୃକ୍ଟର ରେ ଖଞ୍ଜା ଯାଇଥିବା ଧାନ ପିଗ ମେସିନରେ ଗ୍ରାମର କିଛି ଶ୍ରମିକ କାମ କରୁଥିଲେ । ପ୍ରବଳ ଥଣ୍ଡା ସାଙ୍ଗକୁ ବିଲ ମଝିରେ କାମ ଚାଲୁଥିବା ବେଳେ ଅସାବଧାନତା ହେତୁ ଉକ୍ତ ଧାନ ପିଗ ମେସିନରେ ଶ୍ରମିକ ମଧୁ ଦୁଇଟି ଯାକ ହାତ ଧାନ ବିଣ୍ଡା ସହିତ ପଶି ଯାଇଥିଲା । ମେସିନର ବେଗ ଅନୁଯାୟୀ ହାତ ପଶିଯିବା ପରେ ଗଣି ହୋଇ ଉପରକୁ ଉଠିଗଲା ଓ ଗୋଡ଼ ଦୁଇଟି ମଧ୍ୟ ମେସିନରେ ପଶିଗଲା । ଫଳରେ ଦୁଇଟି ହାତ ସାଙ୍ଗକୁ ଦୁଇଟି ଗୋଡ଼ ମଧ୍ୟ ଚୁନା ହୋଇଗଲା । ମୁଷୁ ଅବସୁରେ ଦୀର୍ଘ ସମୟର ଚେଷ୍ଟା ପରେ ମେସିନରୁ ଉଦ୍ଧାର କରି ଶ୍ରମିକଙ୍କୁ ବିଳମ୍ବିତ ରାତିରେ ଉପଖଣ୍ଡ ସରକାରୀ ଚିକିତ୍ସାଳୟ କୁ ଆଣିଥିଲେ । ସେଠାରେ ଡାକ୍ତର ମଧୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଡାକ୍ତରଖାନା ପହଞ୍ଚି ଶବ ଜବତ କରି ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ଥାନାରେ ୨୨୨/୨୦ରେ ଏକ ମାମଲା ରୁଜୁ ହୋଇଛି। ମଧୁ ପରିବାର ଅତ୍ୟନ୍ତ ଗରିବ ଥିବା ବେଳେ ପରିବାରର ମା ସହିତ ସ୍ତ୍ରୀ ଓ ଛୋଟ ଛୁଆ ଅଛନ୍ତି । ତେଣୁ ସରକାରଙ୍କ ତରଫରୁ ଉକ୍ତ ପରିବାରଙ୍କୁ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥକ ସହାୟତା ଯଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Related Posts

About The Author

Add Comment