ଧାନମଣ୍ଡଳ ଉଚ୍ଚ ବିଦ୍ୟାଳୟ ୨୦୦୪-୦୫ ମାଟ୍ରିକ୍ ବ୍ୟାଚ୍ ର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରାସନ ବଣ୍ଟନ

Spread the love

ଚଣ୍ଡିଖୋଲ, ୨୪/୦୫/୨୦ (ସନ୍ଧାନ ନିଉଜ/ବିମଲ ବେହେରା ) : ଆଜି ଧାନମଣ୍ଡଳ ଉଚ୍ଚ ବିଦ୍ୟାଳୟ ୨୦୦୪-୦୫ ମାଟ୍ରିକ୍ ବ୍ୟାଚ୍ ର ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ମହାମାରୀ କରୋନା ପାଇଁ ଲକଡାଉନ ଦ୍ବାରା ପ୍ରଭାବିତ ହୋଇ ରୋଜଗାର ହରାଇଥିବା ଅସହାୟ, ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଚଣ୍ଡିତଳ ଗ୍ରା.ପର ତେଲିଗଡ଼ ଗ୍ରାମର ୧୩୦ଟି , ସୁଙ୍ଗୁଡ଼ା ଗ୍ରା.ପର କୁମ୍ଭାରସାହି ଗ୍ରାମର ୧୦ଟି ଓ ବଡ଼ଚଣା ଗ୍ରା.ପର ଶାସନ ପୁରୁଷୋତ୍ତମପୁର ଗ୍ରାମର ୨୦ଟି ଅସହାୟ, ଗରିବ ଶ୍ରେଣୀର ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ କରାଯାଇଥିଲା। ଏଥି ସହିତ ମହାମାରୀ କରୋନା ପାଇଁ ଉପସ୍ଥିତ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନ କରାଯାଇଥିଲା। ବିମଳେଷ ସାହୁ, ପ୍ରସନ୍ନଜିତ୍ ଜେନା, ଦିପ୍ତିମୟୀ ନାୟକ, ଅନିତା ବେହେରା, ରମାକାନ୍ତ ରାଉତ, ସୁଭ୍ରାନ୍ସୁ ଶେଖର ଘଡ଼ାଇ, ରାମଚନ୍ଦ୍ର ଜେନା, ସୁଧିର ନାୟକ, ସୁଭାଷ ଚନ୍ଦ୍ର ମହାପାତ୍ର (ମହାଲକ୍ଷ୍ମୀ ଏଜେନ୍ସି, ଚଣ୍ଡିଖୋଲ) ପ୍ରମୁଖ ଆର୍ଥିକ ସହଯୋଗ କରିଥିଲେ। ଆଜିର ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମକୁ ଧାନମଣ୍ଡଳ ଗ୍ରା.ପର ବିଶିଷ୍ଟ ସମାଜସେବୀ ଲକ୍ଷ୍ମିଧର ଘଡ଼ାଇ, ତେଲିଗଡ଼ ଗ୍ରାମର ଅଗ୍ରଣୀ ଯୁବକ ତଥା ବଡ଼ଭାଇ ସ୍ମୃତିରଂଜନ ଦାସ ଓ ପ୍ରଶାନ୍ତ ସାମଲ ସହଯୋଗ କରିଥିଲେ।

Related Posts

About The Author

Add Comment