ଚଣ୍ଡିଖୋଲ,୪/୩ (ସନ୍ଧାନ ନିୟୁଜ) ଯାଜପୁର ଜିଲା ଧାନମଣ୍ଡଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ରାଜ୍ୟ ବିଜେପି ମୁଖପାତ୍ର ତଥା ବଡଚଣା ବିଜେପି ନେତା ଅମର ନାୟକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁସ ଗୋଏଲଙ୍କ ନିକଟରେ ଏକ ଦାବୀ ପତ୍ର ଦେଇଥିଲେ । ଏହି ଦାବୀପତ୍ରରେ ପୁରୀ-ନୂଆଦିଲ୍ଲୀ ନିଳାଚଳ ଏକ୍ସପ୍ରେସ,କେନ୍ଦୁଝର ଫାଷ୍ଟ ପାସେଞ୍ଜର ଓ ଭୁବନେଶ୍ୱର-ବାଙ୍ଗିରିପୋଷି ଫାଷ୍ଟ ପାସେଞ୍ଜର ତିନିଗୋଟି ଟ୍ରେନର ରହଣୀ ପାଇଁ ୩୦.୧.୧୮ରେ ଶ୍ରୀ ନାୟକ ଲିଖିତ ଭାବେ ଦାବୀ କରିଥିଲେ । ବିଭାଗ ପକ୍ଷରୁ ଏହି ଦାବୀକୁ ଗୁରୁତର ସହ ନିଆଯାଇ ଧାନମଣ୍ଡଳ ଷ୍ଟେସନର ଭୌଗଳିକ ସ୍ଥିତିକୁ ଲକ୍ଷ୍ୟ କରି ଭୁବନେଶ୍ୱର-ବାଙ୍ଗିରିପୋଷି ଫାଷ୍ଟ ପାସେଞ୍ଜରକୁ ବାଦ ଦେଇ ଅନ୍ୟ ୨ଗୋଟି ଟ୍ରେନ ରହିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ମନୋଜ ସିହ୍ନା ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । କେନ୍ଦୁଝର ଫାଷ୍ଟ ପାସେଞ୍ଜର ଦୈନିକ ସକାଳ ୯.୪୬ମିନିଟରେ ଧାନମଣ୍ଡଳ ଷ୍ଟେସନରେ ପହଞ୍ଚି ୯.୪୭ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ଏବଂ ଭୁବନେଶ୍ୱରରୁ କେନ୍ଦୁଝର ଅଭିମୁଖେ ଫେରିବା ବେଳେ ସଂନ୍ଧ୍ୟା ୫.୩୩ରେ ଷ୍ଟେସନରେ ପହଞ୍ଚି ୫.୩୪ରେ କେନ୍ଦୁଝର ଅଭିମୁଖେ ଛାଡିବ । ପୁରୀ-ନୂଆଦିଲ୍ଲୀ ନିଳାଚଳ ଏକ୍ସପ୍ରେସ ସକାଳ ୧.୨୫ରେ ଧାନମଣ୍ଡଳରେ ପହଞ୍ଚି ୧.୨୬ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ । ଏହି ଟ୍ରେନଟି ସପ୍ତାହରେ ୩ଦିନ ଏହି ଷ୍ଟେସନ ଦେଇ ଯାତ୍ର କରିବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି । ଆଜି ଚଣ୍ଡିଖୋଲ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଶ୍ରୀ ନାୟକଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ,କେନ୍ଦ୍ର ରେଳମନ୍ତ୍ରୀ ମନୋଜ ସିହ୍ନା ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସମ୍ମିଳନୀରେ ପୂର୍ବତନ ଉପାଧ୍ୟକ୍ଷ ବିଚିତ୍ରା ନନ୍ଦ ମହାପାତ୍ର,ପୂର୍ବତନ ସରପଞ୍ଚ ଜ୍ଞାନରଂଜନ ସାହୁ,ସମିତିସଭ୍ୟ ପ୍ରୀତମ ନାୟକ,ଧୂଳେଶ୍ୱର ଦାସ,ବେଣୁଧର ବିଶ୍ୱାଳ,ପ୍ରଦୀପ ଜେନା,ପ୍ରଦୀପ ସାମଲ,ବିଜୟ ଦାସ,ସାରଦା ରାଉତ,ନୃସିଂହ ନାୟକ,ଲିପୁନା ସାମଲ,ନୃସିଂହ ଓତା,ଅଭୟ ତରାଇ ପ୍ରମୁଖ ଉପସ୍ଥିତଥିଲେ । କେନ୍ଦ୍ରର ଏହି ନିଷ୍ପତିକୁ ସ୍ଥାନୀୟ ଅଟୋ ସଂଘ,ବ୍ୟବସାୟୀ ସଂଘ ଓ ଅଞ୍ଚଳବାସୀ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଅମର ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି ।
ଧାନମଣ୍ଡଳରେ ଏକ୍ସପ୍ରେସ ଟ୍ରେନ ରହଣୀକୁ ମିଳିଲା ଅନୁମତି: କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅମର
|
March 5, 2019 |



