ଧସିଲା ବୈତରଣୀ ନଦୀର ସୁରକ୍ଷା ବନ୍ଦ ଭୟଭିତ ନଦୀ କୂଳିଆ ବାସୀ !

Spread the love

ଚାନ୍ଦବାଲି, ୧୨/୧୨ (ସନ୍ଧାନ ନିଉଜ) : ଆରଡ଼ି ପଂଚାୟତର ବୈତରଣୀ ନଦୀର ସଂଲଗ୍ନ ମୁଆଁ ଗାଁ ନିକଟରେ ସୁରକ୍ଷା ବନ୍ଦ ନଦୀ ମଧ୍ୟକୁ ଧସି ଯାଇଛି । ଏଥିନେଇ ନଦୀକୂଳିଆ ଗାଁ ବାସୀ ଭୟଭିତ ଅଛନ୍ତି ଆଉ ଗୋଟିଏ ଦିନ ମଧ୍ୟରେ ପୂଣ୍ଣିମା ତିଥି ଥିବାରୁୁ ନଦୀର ଜୁଆର ଉଠିଲେ ଗାଁ ମଧ୍ୟକୁ ନଦୀର ଜଳ ପ୍ରବେଶ କରିବ । ଏହି ସୁରକ୍ଷା ବନ୍ଦ ଜଳସଂମ୍ପଦ ବିଭାଗ ଯାଜପୁର ଡ଼ିଭିଜନ ପକ୍ଷରୁ ୨୦୧୯ ନୂତନ ବନ୍ଦ କାର୍ଯ୍ୟ ୧୦ କୋଟି ଟଙ୍କା ବ୍ୟୟ ଅଟଳଳରେ ବୋଡ଼କ ଠାରୁ ତିନିତର ପର୍ଯ୍ୟନ୍ତ ହୋଇଥିଲା, ମାତ୍ର ନିମ୍ମମାନର କାର୍ଯ୍ୟ ହୋଇଥିବାର୍ରୁ ନିର୍ମାଣର ୬ ମାସ ମଧ୍ୟରେ ଏଭଳି ଫାଟ ସୃଷ୍ଟି ହୋଇଛି । ତେବେ ନିର୍ମାଣଧିନ ନଦୀର ସୁରକ୍ଷା ବନ୍ଦ କାର୍ଯ୍ୟ ଶେଷ ହେବାର ୨ ମାସ ବିତିନି ହେଲେ ପୁଣି ଥରେ ନଦୀ ମଧ୍ୟକୁ ବନ୍ଦ ଧସିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Related Posts

About The Author

Add Comment