ଧର୍ମ ଆଧାରରେ ଦେଶ ବିଭାଜନ ହୋଇଥିଲା-ଭୁଲକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଏକ ସାହସିକ ପଦକ୍ଷେପ ନେଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ୱର ୨୬/୧୨ (ସନ୍ଧାନ ନିୟୁଜ) କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଗରିକତା ସଂଶୋଧନ ଆଇନ୍କୁ ନେଇ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତିଯେ, ଭୁଲକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଏକ ସାହସିକ ପଦକ୍ଷେପ ନେଇଛନ୍ତି। ସିଏଏ ୩ଟି ଦେଶର ସଂଖ୍ୟାଲଘୁଙ୍କୁ ଯୋଡ଼ିବାର ବ୍ୟବସ୍ଥା। ଭାରତର ସଂଖ୍ୟାଲଘୁଙ୍କ ସହ ଏହାର ସମ୍ପର୍କ ନାହିଁ। କଂଗ୍ରେସ ଅସହିଷ୍ଣୁ ହୋଇ ଏହାକୁ ବିରୋଧ କରୁଛି। ଦେଶରେ ଅରାଜକତା ପାଇଁ ଅପଟେଷ୍ଟା କରାଯାଉଛି। ସଂସଦରେ ଐତିହାସିକ ଭୁଲକୁ ମୋଦି ସରକାର ସୁଧାରିଛନ୍ତି। ଧର୍ମ ଆଧାରରେ ଦେଶ ବିଭାଜନ ହୋଇଥିଲା। ଭାରତକୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦେବାର ବାଟ ଫିଟିଛି। ପାକିସ୍ଥାନ, ବାଙ୍ଗଲାଦେଶ ଓ ଆଫଗାନିସ୍ଥାନରୁ ବହୁ ଶରଣାର୍ଥୀ ଆସିଛନ୍ତି। ଦେଶର ଜନତା ନାଗରିକ ସଂଶୋଧନ ଆଇନକୁ ସ୍ୱୀକାର କରିଛନ୍ତି। ପାକ୍, ବାଂଲାଦେଶ ଓ ଆଫଗାନ୍ର ଶରଣାର୍ଥୀ ଦେଶକୁ ଆସିଥିଲେ। କୌଣସି କାରଣରୁ ସଂଖ୍ୟାଲଘୁଙ୍କୁ ସେମାନଙ୍କୁ ନାଗରିକତ୍ବ ମିଳି ନଥିଲା। ଏନଆରସି ଓ ସିଏଏ ନେଇ ଓଡ଼ିଶାରେ ଏକ କୋଟି ଏବଂ ଭାରତବର୍ଷରେ ୩କୋଟି ଘରକୁ ଯାଇ ସଚେତନ କରିବ ବିଜେପି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Related Posts

About The Author

Add Comment