ଧର୍ମିୟ ଭାବନା ସହ ଖେଳ: ନିର୍ବାଚନ କମିଶନଙ୍କ ଦୃଷ୍ଟିପଡୁ

Spread the love

ଯାଜପୁର,୨୮/୪(ସନ୍ଧାନ ନିୟୁଜ) : କୌଣସି ମନ୍ଦିର କିମ୍ବା ଧର୍ମୀୟ ଅନୁଷ୍ଠାନ ଉପରେ କୌଣସି ଦଳର ବ୍ୟାନର କିମ୍ବା ରାଜନୈତିକ ପ୍ରଚାର ପାଇଁ ବ୍ୟାନର, ହୋଡିଂ, ପ୍ରତାକା ଆଦି ମରନଯିବା ପାଇଁ ନର୍ବାଚନ କମିଶନଙ୍କ ସ୍ପଷ୍ଟ ନିଦେ୍ର୍ଦଶ ରହିଛି । ସାଧାରଣତ ଏହା ଲୋକଙ୍କ ଧାର୍ମିକ ଆବେଗ ଓ ଧାରଣା ପ୍ରତି ଆଘାତ ଆଣିବାର ମଧ୍ୟ ସମ୍ବାବନା ଥାଏ । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବ୍ରହ୍ମପୁରର ନିତାଇଗୌର ହରି ଠାକୁରଙ୍କ ପୀଠରେ ଏଭଳି ବ୍ୟାନର ମରାଯାଇଛି । ହେଲେ ସ୍ଥାନୀୟ ଥାନା ଏବଂ ନିର୍ବାଚନ କାର୍ଯ୍ୟଧାରାକୁ ତଦାରଖ କରୁଥିବା ଅଧିକାରୀମାନେ ଏଭଳି କାର୍ଯ୍ୟକୁ ଆଖିବୁଜି ଦେବା ନେଇ ଏବେ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି ।
ବ୍ରହ୍ମପୁରର ଏହି ଧାର୍ମିକ ପୀଠରେ ଯେ କେହି ମାନସିକ କଲେ ମାନସିକ ପୂରଣ ହୋଇଥାଏ ବୋଲି ସାଧାରଣରେ ଧାରଣା ରହିଛି । ଏଥିପାଇଁ ଏଠାରେ ପୂଜା ପାଉଥିବା ହରି ଗୋସେଇଁ ପ୍ରତି ଲୋକଙ୍କର ରହିଛି ଅତୁଟ ବିଶ୍ୱାସ । ହେଲେ ଠାକୁରଙ୍କ ଉପରକୁ ଠାକୁରଙ୍କ ପତାକା ବ୍ୟତିତ ଅନ୍ୟ କୌଣସି ପତାକା କିମ୍ବା ପ୍ରଚାରପତ୍ର ଯିବାର ନଜିର ନାହିଁ । ଏଠାରେ ଭୋଟ ରାଜନୀତିରେ ମତୁଆଲା ସାଜିଥିବା ନେତା ଲୋକଙ୍କ ଏହି ଭାବାବେଗକ ଖାତିର କରୁ ନଥିବା ଭକ୍ତ ସମାଜ ପାଇଁ ଏହା ଗ୍ରହଣୀୟ ହୋଇପାରୁ ନାହିଁ । ଏଥିନେଇ ବିରୋଧ ପରେ ପ୍ରାର୍ଥୀଙ୍କ ଫଟୋ ଥାଇ ମରାଯାଇଥିବା ବଡ ବ୍ୟାନରକୁ ଠାକୁରଙ୍କ ୁପରୁ କାଢି ଦିଆଯାଇ ଏବେ ଦଳୀୟ ଚିହ୍ନ ଥିବା ପତାକାକୁ ଠାକୁରଙ୍କ ଉପରେ ମରାଯାଇଛି । ଏଥିନେଇ ଯାଜପୁର ଜିଲ୍ଲାପାଳ ଓ ଏସ.ପିଙ୍କ ଦୃଷ୍ଟି ପଡିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment