ଧର୍ମଶାଳା ମେଡିକାଲ ପରିଦର୍ଶନ କଲେ ଜିଲ୍ଲାପାଳ ‘ମେ ଆଇ ହେଲପ୍ ୟୁ’ କେନ୍ଦ୍ର ଖୋଲି କେନ୍ଦ୍ର ଖୋଲିବା ପାଇଁ ନିଦେ୍ର୍ଦଶ

Spread the love

ଯାଜପୁର ସଦର,୩୧/୧୨ (ସନ୍ଧାନ ନିଉଜ) : ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଡାକ୍ତର ଓ ରୋଗୀ ସେବା ସମସ୍ୟା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ଓ ଆନେ୍ଦାଳନ ପରେ ଆଜି ଏସବୁର ସରଜମିନ ତଦନ୍ତ କରିଛନ୍ତି ଜିଲ୍ଲାପାଳ ରଂଜନ କୁମାର ଦାସ । ମେଡିକାଲର ବିଗିଡା ସ୍ୱାସ୍ଥ୍ୟ ସେବା ସହ ଡାକ୍ତର ଅଭାବ ନେଇ ପୂର୍ବରୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ଏହିକ୍ରମରେ ଆଜି ପୂର୍ବାହ୍ନରେ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ସହ ଜିଲ୍ଲାପାଳ ଶ୍ରୀ ଦାସ ମେଡିକାଲରେ ପହଞ୍ଚି ରୋଗୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଡାକ୍ତରଖାନା ପରିସର ବୁଲିଦେଖିଥିଲେ । ଡାକ୍ତରଖାନାର ସମସ୍ତ ପ୍ରକାର ଭିତିଭୂମି ରହିଥିଲେ ସୁଦ୍ଧା କେଉଁ କାରଣରୁ ଲୋକମାନଙ୍କୁ ସଠିକ ସ୍ୱାସ୍ଥ୍ୟ ସେବା ଯୋଗାଯାଇ ପାରୁନାହିଁ ସେ ନେଇ ଆଲୋଚନା କରିଥିଲେ । ଡାକ୍ତରଖାନାରେ ୩ଜଣ ଡାକ୍ତର ରହିଥିବା ବେଳେ ୨ଜଣ ଡାକ୍ତର ପରିଦର୍ଶନରେ ଆସି ରୋଗୀଙ୍କ ଚିକିସôାକରୁଛନ୍ତି । ଏଠାରେ ଶିଶୁ ଏବଂ ସ୍ତ୍ରୀ ଓ ପ୍ରସୂତୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ନାହାନ୍ତି । ଫଳରେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ହଜାର ହଜାର ରୋଗୀ ଉପଯୁକ୍ତ ଚିକିସôା ପାଇବାରୁ ବଂଚିତ ହେଉଥିବା ଜାଣିବାକୁ ପାଇଥିଲେ । ସେହିପରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମା ଓ ଶିଶୁଙ୍କ ଚିକିସôା ନିମନ୍ତେ ଏମ୍ସିଏଚ୍ ବିଲଡିଂ ରହିଥିଲେ ସୁଦ୍ଧା ଏହା ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଖୁବ୍ ଶୀଘ୍ର ମେଡିକାଲର ଡାକ୍ତର ସମସ୍ୟା ଦୂର କରାଯିବା ସହ ଏମ୍ସିଏଚ୍ ବିଲଡିଂକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଏଥିସହ ମେଡିକାଲରେ ‘ମେ ଆଇ ହେଲପ୍ ୟୁ’ କେନ୍ଦ୍ର ଖୋଲି ରୋଗୀମାନଙ୍କୁ ସଠିକ ସେବା ଯୋଗାଇ ଦେବାକୁ ମେଡିକାଲ କର୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ହେମନ୍ତ କୁମାର ସ୍ୱାଇଁ ଓ ମେଡିକାଲ ଅଫିସର ମାନସ ରଂଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment