ଯାଜପୁର ସଦର ୧୯/୧/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସ୍ତରୀୟ କଂଗେସ ପକ୍ଷରୁ ଏକ ବନ୍ଧୁ ମିଲନ ଉତ୍ସବ ଧର୍ମଶାଳା ହାଟ ପଡ଼ିଆ ସ୍ଥିତ ମାଉସୀମା ମନ୍ଦିର ପରିସରରେ ଯାଜପୁର ଜିଲ୍ଲା କଂଗେସ ର ପୁର୍ବତନ ସଭାପତି ତଥା ଧର୍ମଶାଳା ନିର୍ବାଚନମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାଥି ଶ୍ରୀନାଥ ମିଶ୍ର ଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଯାଇଛି। ନବାବର୍ଷ ର ବନ୍ଧୁ ମିଲନ ଉତ୍ସବ ରେ ବିଭିନ୍ନ ପଂଚାୟତ ରୁ ବହୁ ସଂଖ୍ୟାରେ କଂଗେସ କର୍ମୀ ଯୋଗ ଦେଇଥିଲେ। ଧର୍ମଶାଳା ନିର୍ବାଚନମଣ୍ଡଳୀରେ କଂଗେସ ସଂଗଠନ କୁ ଅଧିକ ସୁଦୃଢ଼ କରିବା ପାଇଁ କଂଗେସ କର୍ମୀ ମାନେ ଏକଜୁଟ ହୋଇ ସଂଗ୍ରାମ କରିବା ଦରକାର, ସର୍ବ ଭାରତୀୟ କଂଗେସ ନେତା ତଥା ଲୋକସଭା ର ବିରୋଧୀ ଦଳ ନେତା ରାହୁଲ୍ ଗାନ୍ଧୀ, ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ତୁ ପ୍ରତି ଆମେ ସମ୍ମାନ ଜଣାଇ କଂଗେସ କାର୍ଯ୍ୟକ୍ରମକୁ ଆଗେଇ ନେବା ଆମର ମୂଳ ଲକ୍ଷ୍ୟ ହେବା ଦରକାର, ରାଜ୍ୟରେ ବିଜେଡି ସରକାର୍ ଦୀର୍ଘ ୨୪ବର୍ଷ ଶାସନ କରିଛନ୍ତି , ଧର୍ମଶାଳା ରୁ କୋଟି କୋଟି ଅର୍ଥ ରାଶି ଲୁଟ୍ କଲେ ଖଣି, ଖାଦାନ, ବାଲି, ମାଟି କଳା ପଥାର ଖାଦାନ ରୁ, ରାଜ୍ୟରେ ପରିବର୍ତ୍ତନ କରାଇଲେ ଜନସାଧାରଣ ୨୦୨୪ ନିର୍ବାଚନରେ। ତାହା ହେଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ। ଏଠାରେ ନୁତନ ବିଧାୟକ ହେଲେ ସ୍ଵାଧୀନ ଭାବରେ, ଅଧିକନ୍ତୁ ସ୍ଵାଧୀନ ବିଧାୟକ ବିଜେପି ରେ ସାମିଲ ହେଲେ। ଭୋଟର ଆଶା ବାନ୍ଧି ଥିଲେ ଦୁର୍ନୀତି ମୁକ୍ତ ହେବ, କାର୍ଯ୍ୟକ୍ରମ ଅଧିକ ହେବ। କିନ୍ତୁ ଆଜି ଧର୍ମଶାଳାରେ ଦୁର୍ନୀତି ବ୍ୟାପକ ଧରଣର ବଢ଼ି ଚାଲିଛି, କଳା ପଥର, ବାଲି, ମାଟି, ମୋରମ ବେପାର ଚୋରା ରେ ଚାଲିଛି, ପ୍ରତିଦିନ ଲକ୍ଷ ଲକ୍ଷ ଅର୍ଥ ରାଶି ରୋଜଗାର କରୁଛନ୍ତି, ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଏହା ହେଉଛି ବିଜେପି ସରକାରଂକ ମୁଖ୍ୟ କାର୍ଯ୍ୟ, ତେଣୁ ଏପରି ବେନିୟମ କାର୍ଯ୍ୟ କୁ କଂଗେସ ତୀବ୍ର ଭବରେ ବିରୋଧ କରିବ, ସମସ୍ତ ପଂଚାୟତ ରେ କଂଗେସ କର୍ମୀ ବ୍ୟେଠକ କରାଯାଇ ଜନବିରୋଧୀ ସରକାର୍ ବିରୁଦ୍ଧରେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି କରାଯିବ, ଯେଉଁଠି ମହିଳା ମାନଙ୍କର ସୁରକ୍ଷା ନାହିଁ, ଧାନ ମଣ୍ଡି ଖୋଲା ହୋଇ ପାରୁନାହିଁ, ଶିକ୍ଷା, ସ୍ବାସ୍ଥ୍ୟ ଆଜି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଏହା ବିରୁଦ୍ଧରେ ଆମେ ସଂଗ୍ରାମ କରିବା,। କଂଗ୍ରେସ୍ ସଂଗଠନ ଆଗେଇ ନେବା, ଆସନ୍ତା ନିର୍ବାଚନରେ କଂଗ୍ରେସ ସରକାର୍ ରାଜ୍ୟରେ ଗଠନ ପାଇଁ ସମସ୍ତ କଂଗ୍ରେସ୍ କର୍ମୀ ମାନଙ୍କୁ କଂଗେସ ନେତା ଶ୍ରୀ ମିଶ୍ର ଆହ୍ଵାନ ଦେଇଥିଲେ।
ଧର୍ମଶାଳା ବ୍ଲକ ସ୍ତରୀୟ କଂଗେସ ପକ୍ଷରୁ ବନ୍ଧୁ ମିଲନ
|
January 19, 2026 |



