ଧର୍ମଶାଳା ବ୍ଲକ ଗ୍ରାମ ସେବିକା ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା: ସଠିକ ତଦନ୍ତ ଦାବି କରି ପିଇଓ ଏବଂ ଜିଆରଏସ ସଂଘର କଲମଛାଡ ଆନ୍ଦୋଳନ ଜାରି
ଧର୍ମଶାଳା ବ୍ଲକ ଗ୍ରାମ ସେବିକା ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା: ସଠିକ ତଦନ୍ତ ଦାବି କରି ପିଇଓ ଏବଂ ଜିଆରଏସ ସଂଘର କଲମଛାଡ ଆନ୍ଦୋଳନ ଜାରି
Manas Kumar Rout |
October 22, 2019 |
ଯାଜପୁର/ଧର୍ମଶାଳା ୨୨/୧୦(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଗ୍ରାମ ସେବିକା (ଭିଏଲଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ରହସ୍ୟକୁ ନେଇ ଏବେ ବିବାଦ ଅଧିକ ବଢ଼ିବାରେ ଲାଗିଛି । ଏହାର ସଠିକ ତଦନ୍ତ ହୋଇନଥିବା ଏବଂ ଏଥିରେ ରାମୋକ ସିମେଂଟ କାରଖାନାର ମ୍ୟାନେଜର ଏବଂ ଆଡମିନ୍ ମ୍ୟାନେଜରଙ୍କ ସମ୍ପୃକ୍ତି ଏବଂ ବହୁ ବଡବଡ ନେତା ରହିଥିବା ନେଇ ବିଜେପି ଅଭିଯୋଗ କରି ତାଙ୍କ ପରିବାର ଏବଂ ଘଟଣାସ୍ଥଳ ପରିଦର୍ଶନ କରିଥିଲା । ଏହା ପରେ ଯାଜପୁର ଏସପି ଚରଣ ସିଂହ ମିନା ଏହାତର ପ୍ରାଥମିକ ତଦନ୍ତ କରି ସରପଂଚଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଥିବା ବେଳେ ତଦନ୍ତ ପ୍ରକିୟା ସଠିକ ହୋଇନଥିବ ଦାବି କରି ଗତକାଲି ଜିଲ୍ଲା ବିଜେପି ଯାଜପୁର ଜିଲ୍ଲା ବନ୍ଦ କରିଥିଲା । ଏପରକି ପିଇଓ ଏବଂ ଜିଆରଏସ ସଂଘ ମିଳିତ ଭାବେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଥିଲେ । ଆଜି ମଧ୍ୟ ଧର୍ମଶାଳା ବ୍ଲକ ପିଇଓ ଏବଂ ଜିଆରଏସ ସଂଘ ପକ୍ଷରୁ କଲମଛାଡ ଆନେ୍ଦାଳନ କରି ଏହାର ନିରେପକ୍ଷ ଏଂବ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ତେବେ ଜଣେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ମୃତୁ୍ୟ ବରଣ କରିବା ପରେ ଧର୍ମଶାଳା ଏମ ଏଲ ଏ ପ୍ରଣବ ବଳବନ୍ତରାୟ ମୁହଁ ଖୋଲୁନଥିବା ବେଳେ ତାଙ୍କ ଉପରକୁ ଏବେ ଯାଜପୁରଲ ଜନସାଧରଣ ଆଙ୍ଗୁଳି ନିଦେ୍ର୍ଧଶ କରି ଘଟଣା ଚାପିଦେଉଛନ୍ତି ବୋଲି ଚର୍ଚ୍ଚା କରୁଛନ୍ତି । ରାଜ୍ୟ ସରକାର ସିବିଆଇ ତଦନ୍ତ କରିବାକୁ ସୁପାରିଶ କରନ୍ତୁ ବୋଲି ସାଧରଣରେ ମତ ପ୍ରକାଶ ପାଇଛି ।
ରିପୋର୍ଟ – ନାରାୟଣ ରଥ ଏବଂ ସୁରେଶ ବିଶ୍ୱାଳ
Related Posts
About The Author