ଯାଜପୁର,୧୩/୨(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବି.ଜେ.ଡି ଟିକେଟ ନଦେବା ଦାବିରେ ଜନଅସନ୍ତୋଷ କୁହୁଳିବାରେ ଲାଗିଛି । ଏଥିନେଇ ବିଭିନ୍ନ ସ୍ଥାନରେ କୁଶ ପୁତ୍ତଳିକା ଦାହ ହେଉଥିବା ବେଳେ ବୁଧବାର ଧର୍ମଶାଳାର ଅଂଜିରା ପଂଚାୟତର ବାଲିସାହି ନିକଟରେ କୁଶପୁତ୍ତଳିକା ଦାହ କରାଯାଉଛି । ଧର୍ମଶାଳାରେ ବାହାର ଲୋକଙ୍କୁ ଟିକେଟ ଦିଆ ନଯାଇ ଭୂମିପୁତ୍ର ସତୀଶ ବିଶ୍ୱାଳଙ୍କୁ ଟିକେଟ ପ୍ରଦାନ ପାଇଁ ଦାବି କରାଯାଇଛି ।
ବିଭିନ୍ନ ଦୁର୍ନିତିରେ ଛନ୍ଦି ହୋଇପଡି ଉଭୟ ଧର୍ମଶାଳା ଓ ବି.ଜେ.ଡି ପାଇଁ ବୋଝ ହୋଇପଡିଥିବା ସ୍ଥାନୀୟ ବିଧାୟକଙ୍କ ଘର ମଧ୍ୟ ଧର୍ମଶାଳାରେ ନୁହେଁ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦ୍ୱାରା ନିର୍ମିତ ଦଇତାରୀ-ପାରାଦ୍ୱୀପ ରାଜପଥ କଡରେ ଥିବା ୨୨ ପଂଚାୟତ ଧର୍ମଶାଳାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଏହି ଅଂଚଳରୁ କେହି ବିଧାୟକ ହୋଇନଥିବା ବେଳେ ଏହି ଅଂଚଳର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କୁ ଟିକେଟ ପ୍ରଦାନ କରିବାକୁ ଦାବି କରାଯାଇ ଥିଲା । ଧର୍ମଶାଳାର ପାହାଡ ପର୍ବତ ହରିଲୁଟ ଓ ବେଆଇନ ବ୍ଲାଷ୍ଟିଂ ପାଇଁ ପାହାଡ ପର୍ବତ ପରିବେଶ ଧ୍ୱଂସାଭିମୁଖୀ ହେବା, ଭୂତଳ ଜଳ ପ୍ରଦୂଷିତ ହେବାରୁ ଲୋକେ ବିଭିନ୍ନ ରୋଗରେ ମୃତ୍ୟୁ ବରଣ କରିବା, ବେଆଇନ ପଥର ଚାଲାଣ ପାଇଁ ସରକାରଙ୍କୁ ୨୫ କୋଟି ଜରିମାନା ହେବା, ବିଜୁ ପରିବାର ଅନୁଗତ ମାନଙ୍କୁ କୋଣଠେସା କରି ରଖାଯିବା, ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନିତି, ଗରୀବ କଲ୍ୟାଣ ଯୋଜନା ବାଟବଣା ହେବା ନେଇ ବିଭିନ୍ନ ପ୍ରକାର ସ୍ଳେଗାନ ଦିଆଯାଇ ବିଧାୟକଙ୍କ କୁଶବୁତ୍ତଳିକା ଦାହ କରା ଯାଇଥିଲା । ଅତୀତରେ ରାଜ୍ୟସଭା ନିର୍ବାଚନରେ କ୍ରସଭୋଟ କରି ପ୍ରାକ୍ତନ ବିଧାୟକ କଳ୍ପତରୁ ଦାସ ଦଳରୁ ସସପେଣ୍ଡ ହେବା ବେଳେ ନବୀନ ଅନୁଗତ ଭାବେ ନବୀନଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି ବିଧାୟକଙ୍କ ପରିବାରର ବିରୋଧୀ ହୋଇ ଦଳରେ ସତୀଶ କୋଣଠେସା ହୋଇ ରହିଛନ୍ତି । ତେବେ ଗତ ବିଧାନସଭା ନିର୍ବାଚନରେ ଟିକେଟ ଲବିରେ ଥିବା ସତୀଶଙ୍କୁ ଟିକେଟ ଦେବା ଦାବି ନେଇ ଧର୍ମଶାଳା ରାଜନୀତି ସରଗରମ ହେବାରେ ଲାଗିଛି ।
Reprt- Kartik Swin, Jenapur