ଧର୍ମଶାଳା, ୨୫/୮ (ସନ୍ଧାନ ନିଉଜ) : ଧର୍ମଶାଳା ବିଧାୟକ ତଥା ସରକାରୀ ଦଳର ଉପସଚେତକ ପ୍ରଣବ ବଳବନ୍ତରାୟ ବ୍ଲକ୍ କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ କରି ଗୋଷ୍ଠୀସ୍ୱାସ୍ଥୃ୍ୟକେନ୍ଦ୍ର ସମେତ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ୈବଠକରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିସôାଧିକାରୀ ମାନସ ରଂଜନ ସ୍ୱାଇଁଙ୍କ ସମେତ ଡାକ୍ତର ଓ କର୍ମଚାରୀମାନେ ବୈଠକରେ ଯୋଗଦେଇଥିଲେ । ବିଶେଷଜ୍ଞ ଡକ୍ତର ପଦବୀ ସହ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଠାକ୍ତର ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା । ବିଧାୟକଙ୍କ ଏହି ରୁଦ୍ଧଦ୍ୱାର ବୈଠକରେ କ’ଣ ଆଲୋଚନା ହୋଇଛି ସ୍ପଷ୍ଟ ଜଣାପଡିନଥିଲେ ମଧ୍ୟ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ଉପରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ଅପରପକ୍ଷେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ନିକଟରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଚାନକ ପରିଦର୍ଶନ କରି ଡାକ୍ତର ଖାନାରେ ସ୍ୱାସ୍ଥ୍ୟସେବା ସଂପର୍କରେ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରୋଗୀମାନଭ୍କ ପର୍ଯ୍ୟନ୍ତ ପଚାରି ବୁଝିଥିଲେ । ଏହାପରେ ବିଧାୟକଙ୍କ ଏହି ବୈଠକ ସ୍ୱାସ୍ଥ୍ୟସେବା ସମସ୍ୟା ସମାଧାନର ଗୁରୁତ୍ୱକୁ ବଢ଼ାଇ ଦେଇଛି । ତେଣୁ ଧର୍ମଶାଳା ଅଂଚଳରେ ସ୍ୱାସ୍ଥ୍ୟସେବା କେତେ ମିଳିବ ଏ ନେଇ ଧର୍ମଶାଳା ଅଂଚଳବାସୀ ସନ୍ଦିହୀନ ହୋଇପଡିଛନ୍ତି । ଯାଜପୁର ସାଂସଦଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ପରେ ବିଧାୟକଙ୍କ ଏହି ବୈଠକ ଭିନ୍ନ ଏକ ରାଜନୈତିକ ଚର୍ଚ୍ଚା ହେଉଛି ।
ଧର୍ମଶାଳା ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କ ରୁଦ୍ଧଦ୍ୱାର ବୈଠକ
|
August 25, 2019 |