ଧର୍ମଶାଳା ବିଧାୟକଙ୍କ ବାରଣ ସତ୍ୱେ କଲଣ କଲେଜ ବାର୍ଷିକୋତ୍ସବ ପାଳିଲା

Spread the love

ରସୁଲପୁର, ୨୩/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁପୁର କଲେଜ-କଲଣରେ ୩୭ତମ ବାର୍ଷକୋତ୍ସବ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାୟକ ପ୍ରଣବ ବଲବନ୍ତରାୟଙ୍କ ବାରଣ ସତ୍ୱେ କଲେଜରେ ଉତ୍ସବ ପାଳନ ହୋଇଛି । କଲେଜର ଅଧ୍ୟାପକ କୁଶଧର ପଣ୍ଡା ଏ ନେଇ ଆଜି ଖୋଲାଖୋଲି ଭାବରେ ମଂଚରେ ପ୍ରକାଶ କରିଛନ୍ତି । ବିଦ୍ୟାର୍ଥୀମାନଙ୍କର ଅନୁରୋଧ ଓ ଜିଦ୍ଯୋଗୁଁ ସେ ବାର୍ଷିକୋତ୍ସବ ପାଳିବାକୁ ବାଧ୍ୟ ହୋଇଛନ୍ତି । ତେବେ ବିଧାୟକ କଲେଜର ପରିଚାଳନା କମିଟିର ଅଧ୍ୟକ୍ଷ ହୋଇଥିଲେ ବି ଅଧ୍ୟକ୍ଷ ତାଙ୍କ ଆଦେଶକୁ ପାଳନ ନକରି ସ୍ଥାନୀୟ ଅଂଚଳ ଓ କଲେଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛନ୍ତି ।
ପ୍ରକାଶଥାଉ କି କଲେଜରେ ବାର୍ଷିକୋତ୍ସବ ପାଳନ କରିବା ନେଇ ଅଧ୍ୟକ୍ଷ ବଳବନ୍ତରାୟ ବିଧାୟକଙ୍କ ସହ ଯୋଗାଯୋଗ କରିଥିଲେ । ବିଧାୟକ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ ରହି ସମୟ ଦେଇପାରି ନଥିଲେ । ମାତ୍ର ପରେ ବାର୍ଷିକୋତ୍ସବ ପାଇଁ ସମୟ ଗଡିଗଲାଣି । ପିଲାମାନଙ୍କର ପରୀକ୍ଷା ପାଖେଇ ଆସୁଥିବାକୁ ଦୃଷ୍ଟି ଦେଇ ଚଳିତବର୍ଷ ବାର୍ଷିକୋତ୍ସବ କଲେଜର ପାଳନ ନକରିବାକୁ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ବାର୍ଷିକୋତ୍ସବ ପାଳନ କିରବା ପାଇଁ ଉଭୟ ଯୁକ୍ତ ୨ ଓ ୩ର ଛାତ୍ରୀଛାତ୍ରମାନେ ଜିଦ୍ ଧରିଥିଲେ । ପିଲାମାନଙ୍କର ଜିଦ୍ ଆଗରେ ଅଧ୍ୟକ୍ଷଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଧାୟକଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଆଜି ବିଧାୟକ ବ୍ଲକରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ । ବ୍ଲକ ଅଂଚଳରେ ଉପସ୍ଥିତ ଥିଲେ । ହେଲେ କଲେଜ ଉତ୍ସବକୁ ନଆସିବା ଘଟଣାକୁ ସ୍ଥାନୀୟ ଅଂଚଳର ଜନସାଧାରଣ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ବିଧାୟକଙ୍କ ଆଦେଶ କଲେଜ ଅଧ୍ୟକ୍ଷ ନମାନିବାରୁ ସେ ଖପ୍ପା ହୋଇଯାଇଛନ୍ତି । ସେଥିପାଇଁ କାର୍ଯ୍ୟକ୍ରମରେ ଯୋଗଦେଇ ନଥାଇ ପାରନ୍ତି ବୋଲି ସାଧରଣରେ ଚର୍ଚ୍ଚା ହେଉଛି ।

Related Posts

About The Author

Add Comment