ଧର୍ମଶାଳା ପୋଲିସର ଅଚାନକ ଚଢ଼ାଉ; ୧୫ କେଜି ଗଂଜେଇ ଜବତ

Spread the love

ଧର୍ମଶାଳା, 04/01/2022 (ସନ୍ଧାନ ନିଉଜ) ଧର୍ମଶାଳା ପୋଲିସର ଅଚାନକ ଚଢ଼ାଉ !ପ୍ରାୟ ୧୫ କେଜିରୁ ଉର୍ଦ୍ଧ ଗଂଜେଇ ଜବତ ! ସୂଚନା ଥାଉକି ଆଜି ଅପରାହ୍ନ ୪ ସମୟରେ,ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିକାରୀ ଶ୍ରୀଯୁକ୍ତ ରାକେଶ ତ୍ରିପାଠୀ ଓ ଜାରକା ବିଟ ହାଉସ ଅଧିକାରୀ ରାଜକିଶୋର ନାୟକଙ୍କ ମିଳିତ ସହଯୋଗରେ କୁମାରୀ ଗ୍ରାମର ଅନ୍ତର୍ଯ୍ୟାମୀ ସାହୁ ଓରଫ ( ମୂଳିଆ )ଙ୍କ ଘର ଉପରେ ଚଢ଼ାଉ କରି ବିପୁଳ ପରିମାଣର ଗଂଜେଇ ଜବତ କରିଛନ୍ତିI କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଓ ଧର୍ମଶାଳା ଥାନା ପକ୍ଷରୁ କୁମାରୀ ଗ୍ରାମରେ ଚଢ଼ାଉ କରିଥିଲେ I ଜବତ ଗଂଜେଇ ଗୁଡିକ ଆନୁମାନିକ 15କେଜି ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି I ଆନ୍ତର୍ଜାମୀ ସାହୁ ତାଙ୍କ ପୁଅ ବାବନ ସାହୁ କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରିରଖିଛି I

ଧର୍ମଶାଳା ରୁ ସେକ ହାସିମ୍ ରିପୋର୍ଟ

Related Posts

About The Author

Add Comment