ଧର୍ମଶାଳା ନିର୍ବାଚନ ମଣ୍ଡଳି: ପ୍ରଣବଙ୍କ ନିୟନ୍ତ୍ରଣରେ ବୁଥ୍, ବିକଳ୍ପ ଚିନ୍ତାରେ ବିରୋଧୀ

Spread the love

ଧର୍ମଶାଳା,୨୬/୦୪(ସନ୍ଧାନ ନିୟୁଜ) ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ନିର୍ବାଚନ ତାତି ଚରମ ପର୍ଯ୍ୟାୟରେ ପହଁଚିଲାଣି । ଏଠାରେ ତ୍ରି-ମୁଖୀ ଲଢେଇ ହେବ ବୋଲି କୁହାଯାଉଛି । ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀମାନେ ନିଜର ଦମ ଦେଖାଇବାକୁ ପ୍ରୟାସ ଜାରି ରଖିଛନ୍ତି । ଭୋଟରଙ୍କୁ ନିଜ ସପକ୍ଷରେ ଟାଣିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ପ୍ରମୁଖ ତିନି ଦଳର ନିର୍ବାଚନ ପ୍ରଚାର ଗାଁ ଗହଳିରେ ଅନୁଭୂତ ହେଉଛି । ଏହାକୁ ନଜରରେ ରଖି ଏଠାରେ ତ୍ରି-କୋଣୀୟ ମୁକାବିଲା ହେବ ବୋଲି ଆକଳନ ହେଉଛି । ହେଲେ ପ୍ରଚାର ପ୍ରସାର ଦିଗରେ ବିଜେଡି ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ ଆଗରେ ରହି ଆସୁଛନ୍ତି । ଏବେଠାରୁ ପ୍ରଣବ ବାହିନୀ ବୁଥ୍ ମୁହାଁ ହେଲେଣି । ବୁଥ୍ର ଭୋଟରଙ୍କୁ ଚିରିକୁଟି ପ୍ରଦାନ ହେଉ, ଭୋଟର ତାଲିକା ବଂଟନ ଆଳରେ ମହିଳା ଦଳ, ଯୁବ ଓ ଛାତ୍ର ବାହିନୀ ଘରେ ଘରେ ପହଁଚିବା ଆରମ୍ଭ କଲେଣି । ଭୋଟଦାନ ଓ ଭିଭିପାଟ୍ ଉପରେ ତାଲିମ ନେଇଥିବା କର୍ମୀମାନଙ୍କୁ ଭୋଟଦାନ ପ୍ରଣାଳୀ ସଂପର୍କରେ ବୁଝାଇବାକୁ ସାଧାରଣ ଭୋଟରଙ୍କୁ ଭେଟୁଛନ୍ତି । ଏହି ସୁଯୋଗରେ ତୃଣମୂଳ ସ୍ତରରେ ରହିଥିବା ଅସନ୍ତୋଷକୁ ନେତୃତ୍ୱ ନିକଟରେ ପହଁଚାଉଛନ୍ତି । ସମସ୍ୟାକୁ ସମାଧାନ କରିବା ସହ ଅସନ୍ତୋଷ ଭୋଟରକୁ ମନାଇ ଦିଗରେ ଯତ୍ପରୋନାସ୍ତି ଉଦ୍ୟମ କରାଯାଉଛି । ଏ ଦିଗରେ ପ୍ରଣବ ଓ ତାଙ୍କ ବାହିନୀ ବହୁ ଆଗରେ ଥିବା ଭଳି ମନେହେଉଛି । ବିଜେଡିର ରଣନୀତି ବିରୋଧୀଙ୍କୁ ପ୍ରଭାବିତ କରୁଛି । ଚଳିତ ନିର୍ବାଚନରେ ବିଜେଡିକୁ କିପରି ମାତ୍ ଦେଇ ହେବ । ତାର ବିକଳ୍ପ ବ୍ୟବସ୍ଥା ଚିନ୍ତା ବିରୋଧୀଙ୍କୁ ଘାରିଛି । ଏ ଦିଗରେ ବିରୋଧୀ ଶିବିରରେ ଗୁପ୍ତ ମନ୍ତ୍ରଣା ଚାଲିଛି । ତେବେ ଭୋଟ ଦାନ ଦିବସକୁ ଆଉ ମାତ୍ର ୩ଦିନ ବାକି ରହିଛି । ଏତେ ସ୍ୱଳ୍ପ ସମୟରେ ବିଜେଡିର ଦ୍ରୁତ ପ୍ରଚାର ପ୍ରସାରରେ ରୋକ ଲଗାଇବାରେ ବିରୋଧୀ କେତେ ସଫଳ ହେବେ ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଏହି କ୍ରମରେ ଦେଖିବାକୁ ଗଲେ ଏହି ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀମାନଙ୍କ ପକ୍ଷରୁ ରସୁଲପୁର ବ୍ଲକ ଓ ଧର୍ମଶାଳା ବ୍ଲକ ଭଳି ଦୁଇଟି ବ୍ଲକର ୫୪ ପଂଚାୟତର ଭୋଟରଙ୍କ ନିକଟରେ ପହଁଚିବାକୁ ପ୍ରୟାସ ଜୋରଦାର ହେଉଛି । ପ୍ରାର୍ଥୀମାନେ ରାତି ଦିନକୁ ଏକ କରିଦେଇଛନ୍ତି । ଦିନକୁ ୨୦ଘଂଟ ପରିଶ୍ରମ କରି ଭୋଟରଙ୍କୁ ଭେଟୁଛନ୍ତି । ସମୟର ସ୍ୱଳ୍ପତା ଦୃଷ୍ଟିରୁ ଭୋଟରଙ୍କ ଘରେ ପହଁଚିବା ସମ୍ଭବପର ହେଉନାହିଁ । ଏ ଦିଗରେ କର୍ମୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । କର୍ମୀଙ୍କ ଜରିଆରେ ଭୋଟରମାନେ ଗାଁ ଦାଣ୍ଡକୁ ଆସି ସେମାନଙ୍କ ପ୍ରିୟନେତାଙ୍କୁ ସ୍ୱାଗତ କରୁଛନ୍ତି । ଏ ଦିଗରେ ପ୍ରଣବ ବହୁ ଆଗରେ ଅଛନ୍ତି । ଏହି ହିସାବରେ ଦେଖିବାକୁ ଗଲେ ବିଜେଡି ପ୍ରାର୍ଥୀ ପ୍ରଣବ ଓ ତାଙ୍କ କର୍ମୀମାନେ ବୁଥ୍କୁ ନିୟନ୍ତ୍ରଣକୁ ନେବା ମିଶନ ସଫଳ ହୋଇଛି ବୋଲି କୁହାଯାଇପାରେ । ଅପରପକ୍ଷରେ ଭାଜପାର ଓ କଂଗ୍ରେସର ଗୋଷ୍ଠି କନ୍ଦଳ ପ୍ରାର୍ଥୀମାନଙ୍କ ପାଇଁ ଅଡୁଆ ହୋଇଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାକୁ ଯାଉଛି । ଏଠାରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦି ବୋଲି କୁହାଯାଉଥିବା ଭାଜପାର ଦୁର୍ବଳ ନେତୃତ୍ୱ ସମର୍ଥକଙ୍କୁ ହତାଶ କରିଛି । ଫଳରେ ବହୁ ଦଳୀୟ ନେତା ଓ କର୍ମୀ ବିଜେଡି ମୁହାଁ ହେଉଛନ୍ତି । ସମଗ୍ର ନିର୍ବାଚନ ମଣ୍ଡଳିରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଭିତରେ ବିଜେଡିର ପକ୍ଷରୁ ଅନୁଷ୍ଠିତ ଶତାଧିକ ମିଶ୍ରଣ ପର୍ବରୁ ଏହା ପ୍ରମାଣିତ ହେଉଛି । ମିଶ୍ରଣ ପର୍ବ ଜରିଆରେ ଦଳ ନିଜର ସ୍ଥିତିକୁ ସଦୃଢ କରିଥିବା ବେଳେ ଭାଜପାର ଅନ୍ତର୍କନ୍ଦଳ ଦଳ ପାଇଁ ଘାତକ ସାଜିଥିବା ଭଳି ମନେହେଉଛି । ଇତି ମଧ୍ୟରେ କଂଗ୍ରେସ ମଧ୍ୟ ଗୋଷ୍ଠି ବିବାଦରୁ ପଛରେ ପଡି ନାହିଁ । ଟିକେଟ ଦୌଡରୁ ବାଦ ପଡିଥିବା ନେତୃତ୍ୱଙ୍କ ସମର୍ଥନ ଦଳୀୟ ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ପଛରେ ଥିବା ଭଳି ଲାଗୁନି । ପ୍ରାର୍ଥôନୀ ପହି ଏକଲା ଚଲୋ ନ୍ୟାୟରେ ବିଭିନ୍ନ ପଂଚାୟତ ବୁଲି ସମର୍ଥନ ଜୁଟାଇବାରେ ଲାଗିପଡିଛନ୍ତି । କଂଗ୍ରେସର ଅସନ୍ତୁଷ୍ଟ ନେତାମାନେ ବିଜେଡି ସହ ଯୋଗାଯୋଗରେ ରହିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏହି ନିର୍ବାଚନ ମଣ୍ଡଳିରେ ନାନା କାରଣରୁ ବିଜେଡି କ୍ରମଶଃ ଦୃଢ ହେବାରେ ଲାଗିଛି । ପ୍ରମୁଖ ଦୁଇ ବିରୋଧୀ ଦଳରେ ସୃଷ୍ଟି ହୋଇଥିବା ଗୋଳିଆ ସ୍ଥିତିରୁ ବିଜେଡି ଫାଇଦା ମାରିବାକୁ ଲକ୍ଷ୍ୟ ରଖିଛି । ବିରୋଧୀମାନଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ବିଜେଡି ସଂଗଠନକୁ ଦୃଢ କରିବା ସହ ବୁଥ୍ଗୁଡିକୁ ନିୟନ୍ତ୍ରଣକୁ ନେବାରେ ସହାୟକ ହେଉଛି ।

Related Posts

About The Author

Add Comment