ଧର୍ମଶାଳା ନିର୍ବାଚନୀ ମଣ୍ଡଳୀର ଜୋନ ନଂ୧୪ରେ ବିଜେଡିର ଜନସର୍ମ୍ପକ ପଦଯାତ୍ରା

Spread the love

ଯାଜପୁର, ୨୧/୧୦(ସନ୍ଧାନ ନିୟୁଜ/ବିଶ୍ୱଜିତ) ଧର୍ମଶାଳା ନିର୍ବାଚନୀ ମଣ୍ଡଳୀର ଜୋନ ନଂ୧୪ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଭବାନିପୁର ଗ୍ରାମ ପଂଚାୟତ ଠାରୁ ଆରମ୍ଭ କରି ବଡକାଏମା ପଂଚାୟତ, ମିର୍ଜାପୁର, ଓ ଶେଷରେ ପାଟପୁର ପଂଚାୟତରେ ପ୍ରତି ଗ୍ରାମକୁ ମାନବ୍ୟର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ପଦଯାତ୍ରା କରିବା ସହିତ ଲୋକମାନଙ୍କ ସେମାନଙ୍କର ଅସୁବିଧା ସୁବିଧା ପଚାରି ବୁଝିଥିଲେ । ସରକାରଙ୍କର ଯେତେଗୁଡିଏ ଯୋଜନା ରହିଛି ତାହା ଲୋକମାନେ ଟିକ୍ ଭାବେ ପାଉଛନ୍ତକି ନାହିଁ ଲୋକମାନଙ୍କୁ ପଚାରି ବୁଝିଥିଲେ । ଏହି ପଦଯାତ୍ରାରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳମନ୍ତରାୟ, ରାଜ୍ୟ ପରିଷଦ ସଭ୍ୟ ଜଳଧର ସାହୁ, ଜିଲ୍ଲାପରିଷଦ ସଭ୍ୟ ନିରଂଜନ ରାଉତ, ମମତା ଦଣ୍ଡପାଟ, ଜୋନ ୧୪ଜିଲ୍ଲାପରିଷଦ ସଭ୍ୟ, ପ୍ରର୍ଯ୍ୟବେକ୍ଷକ ବିତାମ୍ବର ନାୟକ, ଶରତ ନାୟକ, କ୍ଷୀତିଶ ନାୟକ, ସବ୍ୟସାଚୀ ସୁନ୍ଦରରାୟ, ଅଜୟ ନାୟକ, ଛାତ୍ରସଭାପତି ସୌମପ୍ରକାଶ ବିଶ୍ୱାଳ, ଯୁବ ସଂଗଠକ ଅଶୋକ ସାହୁ, ସମିତିସଭ୍ୟ ସୁବତ୍ର ଧଳ, ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ, ଧର୍ମଶାଳା ବ୍ଲକ ମହିଳା ସଭାନେତ୍ରୀ ରେଣୁବାଳା ଶତପଥୀଙ୍କ ସମେତ ସମସ୍ତ ପଂଚାୟତର ସରପଂଚ ଓ ସମିିତିସଭ୍ୟ ଯୋଗଦାନ କରିଥିଲେ । ପ୍ରାୟ ୩ହଜାରରୁ ଉର୍ଧ କର୍ମୀ ଏହି ପଦଯାତ୍ରାରେ ବିଧାୟକଙ୍କ ସହିତ ସାମିଲ ହୋଇଥିଲେ ।

Related Posts

About The Author

Add Comment