ଧର୍ମଶାଳା ତହସିଲରେ ଚଢାଉ ନାଟକ: ପ୍ରଶାସନର ଖେଳ ସରକାରଙ୍କ ପାଇଁ କାଳ

Spread the love

ଯାଜପୁର, ୩୧/୧(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଂଚଳରେ ବେଆଇନ କଳାପଥର କାରବାର ଏବଂ କ୍ରସର ପାଇଁ ସରକାର କେଳବ ଜନଅସନ୍ତୋଷର ଶୀକାର ହେଉନାହିଁ ବରଂ କୋର୍ଟ ଏବଂ ଗ୍ରୀନ ଟ୍ରିବୁନାଲରେ ଆଣ୍ଠେଇ ଅପଦସ୍ତ ହେଉଛି । ଏହାପରେ ବି ଚୋରା ପଥରର କଳାଧନ ମୋହରୁ ମୁକ୍ତ ହୋଇ ପାରୁନାହିଁ ପ୍ରଶାସନ । ସେଥିପାଇଁ ଲୋକଙ୍କୁ ଓଲୁ ବନାଇବାକୁ ଚଢାଉର ନାଟକ ନାମରେ ପ୍ରଶାସନ ଚଲାଇଥିବା ଖେଳ ସରକାରଙ୍କ ପାଇଁ କାଳ ହେଉଛି ।
ଗତ୨୯ ତାରିଖରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଡଙ୍କାରୀ ଅଂଚଳର କ୍ରସର ଗୁଡିକୁ ତନଖି କରି ସେଗୁଡିକର କାଗଜପତ୍ର ଦାଖଲ କରିବାକୁ ନିଦେ୍ର୍ଦଶ ଦେବା ସହ ଗଚ୍ଛିତ ଥିବା କଳାପଥରକୁ ଜବତ କରିଛନ୍ତି । ଏଭଳି କରାଯିବା ଯେତିକି ହାସ୍ୟାସ୍ପଦ ସେତିକି ଉଦବେଗ ଜନକ ବୋଲି ଶୁକ୍ରବାର ବି.ଜେ.ଡି ନେତା ତଥା ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ଅଭିଯୋଗ କରିଛନ୍ତି । ଠିକଣା ପଦକ୍ଷେପ ନିଆଯାଉ ନଥିବାରୁ ଅଯଥାରେ ରାଜ୍ୟ ସରକାରଙ୍କୁ ବଦନାମ କରାଯାଉଛି ବୋଲି ଅଭିଯୋଗ କରି ବିଶ୍ୱାଳ ଏକ ପ୍ରେସ ବିଜ୍ଞପ୍ତିରେ ଅଭିଯୋଗ କରିଛନ୍ତି ଯେ, ଜଙ୍ଗଲ ଓ ପରିବେଶ ବିଭାଗ ଅର୍ଡର ନଂବର ୨୧୦୧୩/ଜଓପ ତା୨୯.୯.୧୮ ଅନୁସାରେ ଏକ ତଦନ୍ତ କମିଟି ଗଠନ କରାଯାଇ ଉକ୍ତ କମିଟିର ଚେୟାରପର୍ସନଙ୍କ ପତ୍ର ନଂବର -୬୧୪୦ ତା ୯.୧୦.୧୮ ରିଖରେ ଦାଖଲ ହୋଇଥିବା ସାଇଟ ଅନୁଧ୍ୟାନ ଆଧାରରେ ରାଜ୍ୟ ଏସ.ଇ.ଆଇ.ଏ.ଏ ଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପତ୍ର ସଂଖ୍ୟା ୨୨୧୮୧ ତା୧୨.୧୦.୧୮ ରିଖରେ ଡଙ୍କାରୀ ପାହାଡ ଅଂଚଳରେ ଚାଲୁଥିବା କ୍ରସର ଗୁଡିକର ପରିବେଶ ମଂଜୁରୀ ନାକଚ କରବାକୁ ଅନୁରୋଧ କରାଯାଇଛି । ଏଥିପୂର୍ବରୁ ଡଙ୍କାରୀରେ ଅଢେଇ ମାସ ପୂର୍ବରୁ ୧୪୪ ଧାରା ଜାରି ହେବା ବେଳେ କେତେକ କ୍ରସରକୁ ବନ୍ଦ କରାଯିବା ସହ ସେଠାରେ ଗଚ୍ଛିତ ଥିବା ମାଲକୁ ଜବତ କରାଯାଇ ଥିଲା । ସି.ଆଇ.ଏଲ କ୍ରସରର କଣ୍ଟା ଭଙ୍ଗାଯାଇ ସଲ ହେବା ପରେ ପୁଣି ୨୪ ଘଂଟା ନପୁରୁଣୁ କ୍ରସର ଚାଲିଲା । ପୁଣି ସେହି କ୍ରସର ଚାଲିଲା କେମିତି ଏଥିନେଇ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଉକ୍ତ କ୍ରସରର ମାଲ ପୁଣି ସିଲ କରାଯିବା ହାସ୍ୟାସ୍ପଦ । ସେହିପରି ପୂର୍ବରୁ ମାଲ ସିଜ ହୋଇଥିବା ଏ.ଆର.ଏସ.ଏସ, ମା ଚଣ୍ଡୀ, ସାଇଶ୍ୟାମ କ୍ରସରରୁ ପୁଣି ମାଲ ସିଜ କରାଗଲା । ହେଲେ ଏଠାରେ ପୂର୍ବରୁ ସିଲ ହୋଇଥିବା ମାଲ ଚୋରୀ ହୋଇ ବିକ୍ରି ହୋଇଗଲା, ଏଥିନେଇ କାର୍ଯ୍ୟାନୁଷ୍ଠାନ ନାହିଁ । ଏଠାରେ ସମସ୍ତ କ୍ରସର ବେଆଇନ ଏବଂ ଏଥିନେଇ ସବୁ ତଥ୍ୟ ପ୍ରଶାସନ ନିକଟରେ ଥିବା ବେଳେ ତହସଲଦାର ପୁଣି ସେମାନଙ୍କୁ କାଗଜ ମାଗିବାର କିଛି ଯଥାର୍ଥତା ନାହିଁ । ସେହିପରି ଏନ.କେ.ସି କ୍ରସରଟି କିପରି ଜାତୀୟ ରାଜପଥ କଡରେ ଚାଲିଛି ଏବଂ ଏଥିନେଇ କିଭଳି ଅନୁମତି ମିଳିଲା ଆସିଥିବା ତଦନ୍ତ ନିଦେ୍ର୍ଦଶକୁ ପ୍ରଶାସନ ମାଡି ବସିଛି । ବାଲିସାହି ନିକଟରେ ବେଆଇନ ଭାବେ ଥିବା ପିଚୁ କାରଖାନା ନେଇ ସଂପୂର୍ଣ୍ଣ ତଥ୍ୟ ଧର୍ମଶାଳା ତହସିଲରେ ଉପଲବ୍ଧ ଏବଂ ଏହାକୁ ତହସିଲଦାର ସ୍ୱୀକାର କରି ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ପତ୍ର ଦେଇଛନ୍ତି । ଉଭୟଙ୍କ ପ୍ରଦୂଷଣରେ ଲୋକେ ଅଣନିଶ୍ୱାସୀ ହେଉଛନ୍ତି । ଏହାପରେ ଏଠାରେ ଗଚ୍ଛିତ ମାଲ ନେଇ ଖାଲି ତଦନ୍ତ କରାଯାଉଛି ତାହା ପୁଣି ଲୋକଦେଖାଣିଆ । ତକ୍ରାଳୀନ କଳିଙ୍ଗ ନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ହାଡିବନ୍ଧୁ ବେହେରା ଯାଜପୁର ଜିଲ୍ଲାପାଳଙ୍କୁ ଏକ ପତ୍ର ନଂବର-୧୯୯୭ ତା୧୧.୦୯.୧୮ ଦେଇ ଏହିସବୁ ଅଂଚଳରେ ବେଆଇନ କ୍ରସର ଚାଲିବା ନେଇ ଉଦବେଗ ପ୍ରକାଶ କରିଥିଲେ । ଗତ ୪ ଜୁନ ୨୦୧୯ ରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ମେମୋ ନଂବର ୨୬୩ ରେ ତୁରନ୍ତ ବେଆଇନ କ୍ରସ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇ ଥିଲା । ଏହି ପତ୍ରରେ ବେଆଇନ ଭାବେ କ୍ରସର ଚାଲିଥିବାର ବିଭାଗ ସ୍ୱୀକାର ମଧ୍ୟ କରିଥିଲେ ।

ହେଲେ ଅଦ୍ୟାବଧି ସେଥିନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏସବୁ କ୍ରସର ସିଲ ପାଇଁ ସରକାରୀ କଳର ବହୁ ସମୟ ଓ ଅର୍ଥ ବ୍ୟୟ ହେଉଥିବା ବେଳେ ଏହାର କୌଣସି ସୁଫଳ ମିଳୁନାହିଁ । ଦିଲିପ ବଲ୍ଡକନ ନାମକ ଏକ କଂପାନୀ ବହୁ କୋଟି ଟଙ୍କାର ମାଟି ଲୁଣିବେର ମୌଜାର ଗଙ୍ଗେଇଡୁବୁରୀ ଏବଂ ବରଡା ମୌଜାରୁ ଲୁଟି ନେବା, ବାଜବାଟୀ ଓ ବିଛାଖଣ୍ଡୀ ପାହାଡରୁ ବହୁକୋଟି ଟଙ୍କାର କଳାପଥର ଲୁଟ ଏବଂ ଏଠାରେ ବେଆଇନ କ୍ରସର ଚାଲିବା ନେଇ ତଦନ୍ତ ପାଇଁ ଆସିଥିବା ନିଦେ୍ର୍ଦଶକୁ ପ୍ରଶାସନ ଚାପି ଦେଇଛି । ଆମ ସରକାର ଥ୍ରୀ ଟି ଉପରେ ଗୁରୁତ୍ୱ ଦେଉଥିବା ବେଳେ ସରକାରଙ୍କ ସ୍ୱଚ୍ଛତା ରକ୍ଷା ପାଇଁ ପ୍ରଶାସନ ଯତ୍ନବାନ ହେବାକୁ ସତୀଶ ଦାବି କରିଛନ୍ତି ।

Related Posts

About The Author

Add Comment