ଜେନାପୁର/୨୮/୧୧/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ/ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲଦାର ଆଜି ଦୁଇ ଜଣ ଟ୍ରକ ଡ୍ରାଇଭରକୁ ଚାପୁଡା ମାରି ହଟହଟା ହେଏଥିବା ଦେଖିବାକୁ ମିଳିଛି।ଘଟଣାଟି ଘଟିଛି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଚଢ଼େଇଧରା ଫାଣ୍ଡି ନିକଟରେ । ଧର୍ମଶାଳା ତହସିଲଦାର ଟ୍ରକ ଡ୍ରାଇଭରକୁ ଚାପୁଡା ମାରିବା ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଥିଲା ଗାଡି ଚାଳକ ସଂଘ । ଏପରି କି ଚଢେଇଧରା ଫାଣ୍ଡିରେ ପଶିଯାଇଥିବା ତହସିଲଦାରଙ୍କୁ ଦୀର୍ଘ ସମୟ ଧରି ଗାଡି ଚାଳକ ସଂଘ ଅଟକ ରଖିଥିଲେ । ଖବର ପାଇଁ ଯାଜପୁର ରୋଡ ଏସଡିପିଓ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି, ଅଟକ ତହସିଲଦାର, ଆଡିସନାଲ ତହସିଲଦାର ଏବଂ ଆରଆଇଙ୍କୁ ଉଦ୍ଧାର କରିଛନ୍ତି । ଗାଡି ଚାଳକ ସଂଘକୁ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡିଛି ।ଖବର ନେବା ଅନୁସାରେ ଆଜି ସକାଳେ ଧର୍ମଶାଳା ତହସିଲଦାର, ଚଢେଇ ଧରା ଫାଣ୍ଡି ନିକଟରେ କଳାପଥର ବୋଝେଇ ଦୁଇଟି ଟ୍ରକକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରୁଥିଲେ । ଜାଲ କାଗଜପତ୍ର ଦେଖାଉଥିବା କହି ତହସିଲଦାର, ଦୁଇ ଡ୍ରାଇଭରଙ୍କୁ ଚାପୁଡା ମାରିବା ସହ ଧକ୍କା ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଓଡ଼ିଶା ଡ୍ରାଇଭର ମହା ସଂଘକୁ ମାଡ ଖାଇଥିବା ଦୁଇ ଡ୍ରାଇଭର ଜଣାଇବା ପରେ ଘଟଣାସ୍ଥଳରେ ପହଁଚିଥିଲେ ଶତାଧିକ ଗାଡି ଚାଳକ । ବିନା କାରଣରେ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରିଥିବା ତହସିଲଦାର କ୍ଷମା ମାଗିବାକୁ ଦାବି କରିଥିଲା ସଂଘ । ସ୍ଥିତି ବିଗୁଡୁଥିବା ଦେଖି ଚଢେଇଧରା ଫାଣ୍ଡି ଭିତରେ ପଶିଯାଇଥିଲେ ରାସ୍ତାରେ ଗାଡ଼ି ଯାଞ୍ଚ କରୁଥିବା ତହସିଲଦାର, ଆଡିସନାଲ ତହସିଲଦାର ଏବଂ ଆରଆଇ । ଏହାପରେ ଗାଡି ଚାଳକ ସଂଘର ସଦସ୍ୟ, ଚଢେଇଧରା ଫାଣ୍ଡିକୁ ଦୀର୍ଘ ସମୟ ଧରି ଘେରାଉ କରିବାରୁ, ରାଜସ୍ୱ ଅଧିକାରୀ ଦୀର୍ଘ ସମୟ ଧରି ଫାଣ୍ଡି ଭିତରେ ଫସି ରହିଥିଲେ ।ତହସିଲଦାର ଦୁଇ ଟ୍ରକ ଡ୍ରାଇଭରକୁ କ୍ଷମା ମାଗିବା ଦାବିରେ ଚଢେଇଧରା ଫାଣ୍ଡି ନିକଟ ରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଯାଜପୁର ଏସଡିପିଓ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିବା ଓଡିଶା ଡ୍ରାଇଭର ମହା ସଂଘର ବିକ୍ଷୋଭକାରୀଙ୍କୁ ବହୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ରାସ୍ତାରୋକ ହଟିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିବା ଜଣା ଯାଇଛି
ଧର୍ମଶାଳା ତହସିଲଦାର ଟ୍ରକ୍ ଡ୍ରାଇଭରଙ୍କୁ ଚାପୁଡ଼ା ମାରିବା ମହଙ୍ଗା ପଡ଼ିଲା । ଦୀର୍ଘ ସମୟଧରି ଚଢ଼େଇଧରା ପାଣ୍ଡିରେ ଆତ୍ମଗୋପନ,, ପୋଲିସ ଫୋର୍ସ ସହ ଏସଡିପିଓ ପହଞ୍ଚି କଲେ ଉଦ୍ଧାର
|
November 28, 2021 |



