ଧର୍ମଶାଳା: ଆନ୍ତଃଜିଲ୍ଲା ଆଦିବାସୀ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ
ଧର୍ମଶାଳା: ଆନ୍ତଃଜିଲ୍ଲା ଆଦିବାସୀ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ
Manas Kumar Rout |
December 13, 2018 |

ଧର୍ମଶାଳା,୧୩/୧୨(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଗମାରିଆରେ ଅନୁ୍ଷ୍ଠିତ ହେଉଥିବା ଆଦିବାସୀ ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଂଟ ଗୁରୁବାର ଉଦଯାପିତ ହୋଇଛି । ନେତାଜୀ ସ୍ପୋଟିଂ କ୍ଲବ ତରଫରୁ ଅନୁଷ୍ଠିତ ହୋଇଥିବା ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ଦୁଇ ପ୍ରତିଦ୍ୱନ୍ଦି ଦଳ କେହି କାହାକୁ ଗୋଲ ଦେଇ ପାରି ନଥିଲେ । ଶେଷରେ ଭାରତୀୟ ମୁଦ୍ରାରେ ଟସ ପକାଯାଇ ବିଜୟୀ ଚମ୍ପିୟନ ଘୋଷଣା କରାଯାଇଥିଲା । ତଦନୁସାରେ ଏନ.ଡି ଜୁନିୟର ବଏଜ ଢେଙ୍କାନାଳକୁ ହରାଇ ଜେ.ଆର.ଏମ କ୍ଲବ ଗମାରିପାଟିଆ ଯାଜପୁର ଚମ୍ପିୟନ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧ, ଦ୍ୱିତୀୟାର୍ଦ୍ଧ ଏବଂ ତୃତୀୟାର୍ଦ୍ଧରେ କେହି କାହାକୁ ଗୋଲ ଦେଇ ନପାରିବାରୁ ଅମ୍ପେୟାରଙ୍କ ନିଷ୍ପତ୍ତି ଅନୁସାରେ ପେନାଲଟି କିକ କରାଯାଇଥିଲା । ହେଲେ ଏଥିରେ ମଧ୍ୟ କେହି କାହାକୁ ଗୋଲ ଦେଇ ପାରି ନଥିଲେ । ଅନୁଷ୍ଠିତ ଉଦଯାପନ ଉସôବରେ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ଟ୍ରଫି ଓ ରନର୍ସ ଅଫ ପ୍ରଦାନ କରିଥିଲେ । ଏଥିରେ ସତୀଶ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଗ୍ରାମାଚଂଳରେ କ୍ରୀଡାର ବିକାଶ ହେବା ସହ ହକି ୱାଲ୍ଡକପ ପାଇଁ କ୍ରୀଡା କ୍ଷେତ୍ରରେ ଓଡିଶା ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ମର୍ଯ୍ୟାଦା ପାଇଛି । ସୁଜାତା ସିନ୍ଧୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ଉସôବରେ ମଦନ ବାର୍ଲା, କୁସୁନ ସିଦ୍ଧୁ, ରବି ପିଙ୍ଗୁଆ, କପିଳ ଘଡେଇ, ସ୍ୱପ୍ନା କାର୍ଜି ପ୍ରମୁଖ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଂଟର ପରମ୍ପରା ଅନୁସାରେ ଯାଜପୁର ଟିମର ଅଧିନାୟକ ପପୁ ଦାସଙ୍କୁ ଦୁଇଟି ଖାସି ଏବଂ ଢେଙ୍କାନାଳ ଟିମ ଅଧିନାୟକଙ୍କୁ ଗୋଟିଏ ଖାସି ପ୍ରଦାନ କରାଯାଇ ଥିଲା । ବିଜୟ ବର୍ଲା, ବାବୁ ଚାତର, ବାବୁଲି ପୁଙ୍ଗୁଆ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥ୍ôଲେ ।
Related Posts
About The Author