ଧର୍ମଶାଳାର ପିତାମହ ସବୁଦିନ ପାଇଁ ଜନ୍ମମାଟି ଛାଡ଼ି ଚାଲିଗଲେ

Spread the love

ଯାଜପୁର, ୧୩/୦୨/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅପ୍ରତିଦ୍ୱନ୍ଦି ନେତା ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା ଭୁବନେଶ୍ୱର ସ୍ଥିତ ବାସଭବନରେ ରହିଥିବା ବେଳେ, ଗତ ଶନିବାର ଦିନ ସକାଳୁ ଶ୍ରୀ ପଣ୍ଡାଙ୍କର ହୃଦଘାତ ହେବାରୁ ୭୯ ବର୍ଷ ବୟଷରେ ତାଙ୍କର ମୃତୁ୍ୟ ଘଟିଥିଲା । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଏହି ପିତାମହ ଭିଷ୍ମ ଶ୍ରୀଯୁକ୍ତ କାଙ୍ଗାଳୀ ଚରଣ ପଣ୍ଡା ଧର୍ମଶାଳା ନିର୍ବଚନ ମଣ୍ଡଳୀରୁ ସ୍ୱାଧିନ ଭାବେ ମାଠିଆ ଚିହ୍ନରେ ନିର୍ବାଚନ ଲଢ଼ି ବିଜୟ ଟିକା ପିନ୍ଧିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀଯୁକ୍ତ ପଣ୍ଡା ରସୁଲପୁର ଅଧ୍ୟକ୍ଷ ପଦ ପାଇଥିବା ବେଳେ, ସ୍ୱାଧିନ ଭାବେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିକାଶ ପଥରେ ଶ୍ରୀ ପଣ୍ଡା ଅଗ୍ରଣୀ ଭୁମିକା ନେଇଥିବା ବେଳେ, ତାଙ୍କ ବିଧାୟକ ସମୟରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସ୍କୁଲଠାରୁ ଆରମ୍ଭକରି ଏହି ନିର୍ବାଚନ ମଣ୍ଡଳୀରେ ବହୁ କଲେଜ ଶ୍ରୀ ପଣ୍ଡା କରିଥିବା ବେଳେ, ତୃତୀୟ ଥର ନିର୍ବାଚନ ଲଢ଼ି ଶ୍ରୀ ପଣ୍ଡା ହାରି ଯାଇଥିଲେ । ଯାହାକି ଶ୍ରୀ ପଣ୍ଡାଙ୍କର ହୃଦଘାତ ଘଟିବାରୁ ଭୂବନେଶ୍ୱରେ ଗତକାଲି ମୃତୁ୍ୟ ଘଟିଥିଲା । ଭୂବନେଶ୍ୱରରୁ ତାଙ୍କ ମରଶରୀର ବଡ଼ଚଣା ଦେଇ ଆସୁଥିବା ବେଳେ, ତାଙ୍କ ନିର୍ବାଚନ ମଣ୍ଡୀଳର ଜାରକାଠାରେ ବହୁ କର୍ମୀ ଶ୍ରୀ ପଣ୍ଡାଙ୍କର ମୃତ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଧର୍ମଶାଳାର ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟ ଦୁଃଖ ପ୍ରକାଶ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଧର୍ମଶାଳା ପ୍ରେସ କ୍ଲବର ସଦସ୍ୟ ମାନେ ଶ୍ରୀ ପଣ୍ଡାଙ୍କର ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ମରଶରୀର ରସୁଲପୁର ଗରିପୁରରେ ପହଁଞ୍ଚôବା କ୍ଷଣି ବହୁ କଂଗ୍ରେସ କର୍ମୀ ଦୁଃଖ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶ୍ରୀ ପଣ୍ଡାଙ୍କର ମରଶରୀରରକୁ ଶୋକାକୁଳ ପରିବେଶରେ ରସୁଲପୁର ବ୍ଲକ କାର୍ଯ୍ୟାଳୟ ଏବଂ ଧର୍ମଶାଳା କାର୍ଯ୍ୟାଳୟକୁ ନିଆଯାଇଥିଲା । ଶ୍ରୀ ପଣ୍ଡାଙ୍କ ଧର୍ମପତ୍ନୀ, ୩ପୁଅ, ୪ ଝୀଅ ରହିଥିବା ବେଳେ, ଶ୍ରୀ ପଣ୍ଡାଙ୍କ ଜନ୍ମମାଟି ଛାଡ଼ି ପୁରୀ ସର୍ଗଦ୍ୱାରକୁ ଶ୍ରୀ ପଣ୍ଡାଙ୍କ ମରଶରୀରକୁ ନିଆଯାଇ ଶବ ସଂସ୍କାର କରାଯାଇଥିଲା । ତାଙ୍କ ବଡ଼ପୁଅ ମୁଖାଗ୍ନୀ ଦେଇଥିବା ବେଳେ, ଶ୍ରୀ ପଣ୍ଡାଙ୍କର ମରଶରୀରକୁ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯାଇଥିଲା । ବହୁ କଂଗ୍ରେସ କର୍ମୀ ଏବଂ କଂଗ୍ରେସ ନେତା ଦୁଃଖ ପ୍ରକାଶ କରି ଶେଷ ଦର୍ଶନ କରିଥିଲେ । ଶ୍ରୀ ପଣ୍ଡାଙ୍କ ମୃତୁ୍ୟରେ ରସୁଲପୁର ପ୍ରେସ ଫୋରମର ଗଣମାଧ୍ୟମ ପ୍ରତିନିଧି ମାନେ ଦୁଃଖ ପ୍ରକାଶ କରିବା ସହିତ ଶ୍ରୀ ପଣ୍ଡାଙ୍କ ଆତ୍ମାର ସଦ୍ଗତୀ କାମନା ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Related Posts

About The Author

Add Comment